ଉଠିଲା ଚୁକ୍ତିଭିତ୍ତିକ ଚାକିରି ପ୍ରକ୍ରିୟା, ସେଲିବ୍ରେସନ କଲେ ଠିକା କର୍ମଚାରୀ
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରୁ ଉଠିଲା ଚୁକ୍ତିଭିତ୍ତିକ ଚାକିରି ପ୍ରକ୍ରିୟା । ଏଣିକି ନିୟମିତ ହେବେ ସବୁ କର୍ମଚାରୀ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ତରଫରୁ ଏନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ତେବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଠିବା ପରେ ସେଲିବ୍ରେସନ କରିଛନ୍ତି ଠିକା କର୍ମଚାରୀ । ବଜା ବଜାଇ ବାଣ ଫୁଟାଇ ଭୁବନେଶ୍ୱରରେ ଖୁସି ଜାହିର କରିଛନ୍ତି ଚୁକ୍ତି ଭିତ୍ତିକ କର୍ମଚାରୀ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।