BiharPolitics: ଶପଥ ନେଲେ ନୀତିଶ-ତେଜସ୍ୱୀ - ଶପଥ ନେଲେ ନୀତିଶ ତେଜସ୍ବୀ
🎬 Watch Now: Feature Video
ପାଟଣା: ଜେଡି(ୟୁ) ମୁଖ୍ୟ ନୀତିଶ କୁମାର ଆଜି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆରଜେଡି ନେତା ତଥା ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ପାଟଣା ରାଜଭବନ ପରିସରରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ 7 ଟି ଦଳର ନେତା କର୍ମୀ ପ୍ରମୁଖ ସାମିଲ ହୋଇଥିଲେ । ଶପଥଗ୍ରହଣ ଉତ୍ସବକୁ ବିଜେପି ବୟକଟ୍ କରିଥିବା ବେଳେ, ଲାଲୁଙ୍କ ପରିବାର ସାମିଲ ହୋଇଥିଲେ । ଶପଥ ଗ୍ରହଣ ପେର ତେଜସ୍ବୀ ନୀତିଶଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।