thumbnail

ଅତଡା ଖସି ଦବିଲା ବନ୍ଧ, ଘାଇ ଆଶଙ୍କାରେ ଭୟଭୀତ ଲୋକେ

By

Published : Aug 19, 2022, 3:52 PM IST

ପୁରୀ: ଜିଲ୍ଲାର ନିମାପଡ଼ାରେ ଭାର୍ଗବୀ ନଦୀ ବନ୍ଧରୁ ମାଟି ଅତଡା ଖସି ବନ୍ଧ ଦବିଯାଇଛି (breach develops on Bhargavi River embankment ) । ନିମାପଡ଼ାର ଦକ୍ଷିଣ ରାଢ଼ସ ନିକଟରେ ଗତକାଲି ରାତି ଏହି ଘଟଣା ଘଟିଛି । ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଲୋକେ ବାଲିବସ୍ତା, ପଲିଥିନ ଦେଇ ବନ୍ଧକୁ ମରାମତି କରିଛନ୍ତି । ହେଲେ ନଦୀରେ ଜଳ ସ୍ତର ଅଧିକ ଥିବାରୁ ଏଠାରେ ଘାଇ ହେବାର ଆଶଙ୍କା ରହିଛି । ଘାଇ ହେଲେ ନିମାପଡ଼ାର ୫ରୁ ଅଧିକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ତେବେ ବିଭାଗୀୟ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.