Odisha Assembly: ବୁକ ସର୍କୁଲାର ୪୭ର ଖୋଲା ଉଲ୍ଲଙ୍ଘନ ହେଉଛି କହିଲେ ନରସିଂହ - ବିଧାନସଭା ମୌସୁମୀ ଅଧିବେଶନ
🎬 Watch Now: Feature Video

ଭୁବନେଶ୍ବର: ବିଧାନସଭାରେ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି । କୌଣସି ବିଲ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲର ତଥ୍ୟ ଦିଆଯାଉ ନାହିଁ । ସରକାରଙ୍କ ଘରୋଇ ବିଶ୍ଵବିଦ୍ୟାଳୟ ପାଇଁ କଣ ଗାଇଡଲାଇନ ରହିଛି ତାହା ବିଧାୟକ ମାନେ ଜାଣିବାର ଅଧିକାର ରହିଛି । ସରକାର ତରବରିଆ ଭାବେ କାହିଁକି ବିଲକୁ ପାରିତ କରାଇ ନେଲେ ? ନରସିଂହ ଅଭିଯୋଗ କରିଛନ୍ତି ବୁକ ସର୍କୁଲାର ୪୭ ଖୋଲା ଉଲ୍ଲଙ୍ଘନ ହେଉଛି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କି ଫୋନ କଲେ କେହି ଉତ୍ତର ଦେଉନାହାନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ନରସିଂହ । ଏନେଇ କଣ କହୁଛନ୍ତି ନରସିଂହ ଦେଖନ୍ତୁ ।