ପାର୍ବଣ ପୂର୍ବରୁ କାମ ସାରିବାକୁ ସିଏମସିକୁ ମୋକିମଙ୍କ ତାଗିଦ - କଟକରେ ପାର୍ବଣ ପ୍ରସ୍ତୁତି
🎬 Watch Now: Feature Video
କଟକ: ଚାରି ଆଡ଼େ ଆରମ୍ଭ ହୋଇଗଲାଣି ପାର୍ବଣର ପ୍ରସ୍ତୁତି । କୋରୋନା କଟକଣାର ଦୁଇ ବର୍ଷ ପରେ ପାର୍ବଣ ପାଳିବେ କଟକବାସୀ । କିନ୍ତୁ ପାର୍ବଣ ପୂର୍ବରୁ ଯେଉଁ ବିକାଶ ମୂଳକ କାର୍ଯ୍ୟ ଶେଷ ହେବା କଥା ତାହା ଆରମ୍ଭ ବି ହୋଇନଥିବା ଅଭିଯୋଗ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । କଟକର ପ୍ରସିଦ୍ଧ ଦଶହରା ଯାତ୍ରା ଦେଖିବାକୁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଆସିଥାନ୍ତି । ତେବେ ଏହି ସବୁ ଅବ୍ୟବସ୍ଥା ଦେଖିଲେ ପ୍ରଶାସନ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ତେଣୁ ଶୀଘ୍ର ଏହି ଦିଗରେ ନଜର ଦେବାକୁ କହିଛନ୍ତି ବିଧାୟକ ।
ଇଟିଭି ଭାରତ, କଟକ