ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭ୍ୟାଙ୍କ କାର ଜାଳି ଦେଲେ ଦୁବୃର୍ତ୍ତ
🎬 Watch Now: Feature Video
ଖୋର୍ଦ୍ଧା : ଜିଲ୍ଲା ପରିଷଦ ସଭ୍ୟାଙ୍କ କାର ଜାଳି ଦେଲେ ଦୁବୃର୍ତ୍ତ । ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମିତାଞ୍ଜଳୀ ବଳିଆରସିଂହଙ୍କ କାରକୁ ନିଆଁ ଲଗାଇ ଦେଇଛନ୍ତି କିଛି ଦୁବୃର୍ତ୍ତ । ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ପୂର୍ବ ଶତୃତା ପାଇଁ କେହି ଏଭଳି କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।
ଇଟିଭି ଭାରତ,ଖୋର୍ଦ୍ଧା