ନିଆରା ଢଙ୍ଗରେ ଆଇସକ୍ରିମ ବେପାର, ଗୀତ ଗାଇ ଗ୍ରାହକଙ୍କ ନିକଟରେ ପହଞ୍ଚୁଛନ୍ତି - ଗୀତ ଗାଇ ଗାଇ ଆଇସକ୍ରିମ ବିକ୍ରି କରିବା ନ୍ୟୁଜ

🎬 Watch Now: Feature Video

thumbnail

By

Published : May 4, 2022, 8:13 AM IST

ସୁବର୍ଣ୍ଣପୁର: ଗୀତ ଗାଇ ଗାଇ ଆଇସ୍କ୍ରିମ ବେପାର । ସାଇକେଲ କ୍ୟାରିୟରରେ ବରଫ ପେଟି, ହ୍ୟାଣ୍ଡଲରେ ଦୁଇଟି ବ୍ୟାଗ, କାନ୍ଧରେ ଘୁବୁକୁଡୁ, ମୁଣ୍ଡରେ ଟୋପି, ମୁହଁରେ ଚଷମା ସାଙ୍ଗକୁ ଅଣ୍ଟାରେ ଗାମୁଛା ଗୋଡାଇ ଏ ଗାଁରୁ ସେ ଗାଁକୁ ଆଇସକ୍ରିମ ବିକ୍ରି କରୁଛନ୍ତି । ବସ୍ତି ଭିତରେ ଛାଇଟିକିଏ ମିଳିଲେ ସାଇକେଲ ଷ୍ଟାଣ୍ଡମାରି ଘୁବୁକୁଡୁ ବାଦ୍ୟ ସହିତ ଆରମ୍ଭ ହେଉଛି ଆଇସ୍କ୍ରିମ ବେପାର ଗୀତ । 'ଆସରେ ଆସ ମୋର ଭାଇ ଭଉଣୀ ........ବରଫ ବାଲାଗୁଟେ ମୁଇଁ ଆସିଛେଁ ଧାଇଁ' ଏପରି ସୁଳଳିତ କଣ୍ଠରେ ଗୀତ ଗାଇ ଗାଁର ପିଲାଠୁ ବୁଢାଯାଏଁ ଆଇସକ୍ରିମ କିଣିବାକୁ ଉତ୍ସାହିତ କରୁଛନ୍ତି ଏହି ବ୍ୟକ୍ତି । ତାଙ୍କ ଆଇସକ୍ରିମ ଅପେକ୍ଷା ବିକ୍ରିର ଶୈଳୀକୁ ବର୍ତ୍ତମାନ ସେ ଚର୍ଚ୍ଚାରେ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.