thumbnail

ମହାଷ୍ଟମୀ ଆଳତୀ ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

By

Published : Oct 3, 2022, 8:34 PM IST

ଢେଙ୍କାନାଳ: ଢେଙ୍କାନାଲ ସହରର ଦୋଳ ମଣ୍ଡପ ସାହିରେ ମା ଦୁର୍ଗାଙ୍କ ମହା ଅଷ୍ଟମୀ ପୂଜା ଧୁମଧାମରେ ପାଳିତ ହେଉଛି । ପୂଜା ମଣ୍ଡପରେ ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟପୂଜା ସାଙ୍ଗକୁ ସନ୍ଧ୍ୟାରେ ମହାଆଳତି ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ଆକର୍ଷିତ କରୁଛି । ଦୂର୍ଗତୀ ନାଶିନୀଙ୍କର ସନ୍ଧ୍ୟା ଦର୍ଶନ ସହିତ ମହାଆଳତି ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ପୂଜକଙ୍କ ଚଣ୍ଡୀପାଠ ସାଙ୍ଗକୁ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅନ୍ୟପଟେ କୁଞ୍ଜକାନ୍ତ, କାଞ୍ଚନ ବଜାର , ମହାବୀର ବଜାର ଓ ରିଜର୍ଭ ଲାଇନ ଆଦି ପୂଜା ମଣ୍ଡପ ଢେଙ୍କାନାଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ବିଶେଷ କରି ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପରେ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି । ବିଗତ ଦୁଇ ବର୍ଷର କୋଭିଡ କଟକଣାର ଅବଧି ପରେ ଚଳିତ ବର୍ଷ ମା ଦୁର୍ଗାଙ୍କୁ ପୂଜା ମଣ୍ଡପରେ ଚର୍ମ ଚକ୍ଷୁରେ ମନ ଭରି ଦର୍ଶନ କରିବାକୁ ଭକ୍ତ ମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଇଟିଭି ଭାରତ, ଢେଙ୍କାନାଳଙ୍କ ସମାଗମ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.