ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ - ମାଆଙ୍କ ଦର୍ଶନ ପାଇବା ପାଇଁ ଭାବବିହୁଳ ଶ୍ରଦ୍ଧାଳୁ
🎬 Watch Now: Feature Video
କଟକ : ପବିତ୍ର ଆଶ୍ୱୀନ ଷୋଡଦିନାତ୍ମକ ପୂଜାର ଦ୍ୱିତୀୟ ଦିନରେ ମାଆ କଟକ ଚଣ୍ଡୀ, ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଉଥିବା ବେଳେ ମାଆ ଗଡଚଣ୍ଡୀ, ହରଚଣ୍ଡୀ ବେଶରେ ଦର୍ଶନ ଦେଉଛନ୍ତି । ମାଙ୍କ ଦର୍ଶନ ପାଇବା ପାଇଁ ଭାବବିହୁଳ ଶ୍ରଦ୍ଧାଳୁ । କୋଭିଡ ପାଇଁ ଦୁଇ ବର୍ଷ ଧରି ସର୍ବସାଧାରଣଙ୍କ ଦର୍ଶନ ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ବେଶ ଖୁସି ଆଉ ଆନନ୍ଦରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ । ହରିବୋଲ, ହୁଳହୁଳି ଧ୍ବନୀରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଇଟିଭି ଭାରତ, କଟକ