thumbnail

କଟକରେ ବାହୁଡା ଯାତ୍ରା, ଭକତେ ହେଲେ ଭାବବିହ୍ଵଳ

By

Published : Jul 9, 2022, 6:03 PM IST

କଟକ: କଟକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବାହୁଡା ଯାତ୍ରା । ୯ ଦିନ ମାଉସୀ ଘରେ ରହିବା ପରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଆଜି(ଶନିବାର) ଘରକୁ ଫେରିଛନ୍ତି ମହାବାହୁ । ଘଣ୍ଟ ଘଣ୍ଟା, ହରିବୋଲ ଧ୍ବନୀରେ ପ୍ରକମ୍ପିତ ହେଉଛି କଟକ । ରଥାରୂଢ ମହାପ୍ରଭୂଙ୍କୁ ଦର୍ଶନ କରି ପୂଣ୍ୟ ଲାଭ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଦୋଳମୁଣ୍ଡାଇ, ଚନ୍ଦନୀଚୌକ, ରାଣୀହାଟରେ ବେଶ ଉତ୍ସାହର ସହ ରଥ ଟଣା ହୋଇଛି । ସେପଟେ କଟକରେ ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ରହିଛି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.