3 ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ - କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ
🎬 Watch Now: Feature Video
ସମ୍ବଲପୁର: କୂଆରୁ ଉଦ୍ଧାର ହେଲା କଲରାପତରିଆ ବାଘ । ଦୀର୍ଘ ୩ ଘଣ୍ଟାର ଅପରେସନ ପରେ ବାଘକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଫରେଷ୍ଟ ଡିଭିଜନ ଚାରମାଳ ରେଞ୍ଜର ସାନ ହିନ୍ଦୋଳ ଅଞ୍ଚଳରେ ଏ ଘଟଣା ଘଟିଛି । ଗତ ରାତିରେ ଜଙ୍ଗଲ ନିକଟରେ ଚାଷ ଜମିରେ ଥିବା ଏକ ଖୋଲା କୂଅରେ ଗତ ରାତିରେ କଲରାପତରିଆ ବାଘଟି ପଡି ଯାଇଥିଲା । ତେବେ ଆଜି(ବୁଧବାର) ସକାଳୁ ସ୍ଥାନୀୟ ଲୋକ ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗର ସ୍ବତନ୍ତ୍ର ଟିମ ଘଟଣାସ୍ଥଳକୁ ଯାଇ 12 ଫୁଟ ତଳେ ପଡି ରହିଥିବା ବାଘକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ ମଧ୍ୟ ଉପସ୍ଥିତ ରହି ସହାୟତା କରିଥିଲେ। ବର୍ତ୍ତମାନ କଲରାପାତରିଆ ବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି ।