ଖୋର୍ଦ୍ଧାରେ ମେରୁ ଝାମୁ: ନିଆଁରେ ଚାଲିଲେ, କଣ୍ଟାରେ ଗଡ଼ିଲେ ଦଣ୍ଡୁଆ - ଖୋର୍ଦ୍ଧାରେ ଦଣ୍ଡଯାତ୍ରା ଅନୁଷ୍ଠିତ

🎬 Watch Now: Feature Video

thumbnail

By

Published : Apr 13, 2022, 10:49 PM IST

ଖୋର୍ଦ୍ଧା: ବାର ମାସରେ ତେର ପର୍ବ ଆମ ସଂସ୍କୃତି ଓ ପରମ୍ପରା । ଏହାରି ମଧ୍ୟରେ ଦଣ୍ଡଯାତ୍ରା ଅନ୍ୟତମ । ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁ ଗାଁରେ ଏହି ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ଆଜି ଆଜି ମେରୁ ପର୍ବ ଅର୍ଥାତ ଦଣ୍ଡଯାତ୍ରାର ଶେଷଦିନ । ଏଥିପାଇଁ ଚଳଚଞ୍ଚଳ ହୋଇଉଥିଲା ଗାଁ ଦାଣ୍ଡ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମେରୁ ଝାମୁ ଅନୁଷ୍ଠିତ ହୋଇଛି । ଦଣ୍ଡୁଆଙ୍କ ଦେହରେ କାଳସୀ ଉଭା ହୋଇଥିବା ଦେଖିବାକୁ ମିଳିଛି । କେଉଁଠି କାଳସୀ ଡହଡହ ନିଆଁରେ ଚାଲୁଛନ୍ତି ତ ଆଉ କେଉଁଠି ବିଷାକ୍ତ କଣ୍ଟା ଉପରେ ଗଡୁଥିବା ଦେଖିବାକୁ ମିଳିଥିଲା । ଭକ୍ତି ଓ ବିଶ୍ୱାସର ନିଆରା ଏହି ପର୍ବରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.