ଆଜିଠୁ କାର୍ତ୍ତିକ ମାସ, ବ୍ରତ ଆରମ୍ଭ କଲେ ହବିଷ୍ୟାଳି

By

Published : Oct 10, 2022, 2:56 PM IST

thumbnail
ଆରମ୍ଭ ହେଲା ପୁଣ୍ୟ ମାସ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ସକାଳୁ ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ଆଜିଠାରୁ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ ପୂର୍ବକ ବୃନ୍ଦାବତୀଙ୍କ ମୂଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ପୂଜା ସହ ହବିଷ୍ୟାଳିମାନେ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କରୁଛନ୍ତି । ସେହିପରି ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଥିବାବେଳେ, ହବିଷ୍ୟାଳିମାନେ ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପକାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏହି ମାସରେ ଆମିଷ ଭକ୍ଷଣ ଛାଡ଼ି ଶକାହାରି ଭୋଜନ କରି ଜଗନ୍ନାଥଙ୍କ ଶରଣାପନ୍ନ ହେଲେ କୋଟି ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.