thumbnail

OPSC exams: ବିନା କୋଚିଂରେ OAS ପାଇଲେ ଝାଡସୁଗୁଡାର ଝିଅ ତୃପ୍ତି

By

Published : Oct 8, 2022, 3:55 PM IST

Updated : Oct 8, 2022, 4:08 PM IST

ଝାରସୁଗୁଡ଼ା: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ(Odisha Civil Service) ଉତ୍ତିର୍ଣ୍ଣ ହୋଇଛନ୍ତି ଝାଡସୁଗୁଡା ଜିଲ୍ଲା ବନ୍ଧବାହାଲର ଝିଅ ତୃପ୍ତି ଦାଶ । ସେ ଓସିଏସ ପରୀକ୍ଷାରେ ୭୦ତମ ରାଙ୍କରେ ରହିଛନ୍ତି । ବିନା କୋଚିଂରେ ସେ ଏହି ସଫଳତା ପାଇଥିବା ବେଳେ ଆଗକୁ ଯେଉଁ ବିଭାଗରେ ତାଙ୍କୁ କାମ ମିଳିବ ସେ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କର ଏହି ସଫଳତାରେ ତାଙ୍କ ପରିବାର ବର୍ଗ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ସେ ଦିନକୁ ପ୍ରାୟ ୫ ରୁ ୬ଘଣ୍ଟା ପାଠ ପଢ଼ୁଥିଲେ । ଆଗକୁ ଯାହାବି ଦାୟିତ୍ଵ ଦିଆଯିବ ତାହା ସେ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି । ଏଥି ସହ ଝାରସୁଗୁଡ଼ା ଜିଲ୍ଲା ଏକ ବିସ୍ଥାପିତ ଅଞ୍ଚଳ ହୋଇଥିବାରୁ ସେ ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି । ଇଟିଭି ଭାରତ, ଝାରସୁଗୁଡ଼ା
Last Updated : Oct 8, 2022, 4:08 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.