thumbnail

By

Published : Oct 24, 2020, 4:22 PM IST

ETV Bharat / Videos

ମହାଷ୍ଟମୀ ପୂଜା, କୋରୋନା ଯୋଗୁଁ ଯାଜପୁରର ସବୁ ମଣ୍ଡପ ଖାଁ ଖାଁ

ଯାଜପୁର : ମା ଦୁର୍ଗାଙ୍କର ମହାଷ୍ଟମୀ ପୂଜା । କୋଭିଡ ନିୟମ ଅନୁଯାୟୀ ଜିଲ୍ଲାର ସବୁ ମଣ୍ଡପରେ ଚାଲିଛି ପୂଜା କିନ୍ତୁ ଚାରିଆଡେ ଭକ୍ତ ଖାଁ ଖାଁ। ଜିଲ୍ଲାର ପାଣିକୋଇଲି, ଚଣ୍ଡିଖୋଲ, ଡୁବୁରୀ,ଯାଜପୁର ଟାଉନ, ବ୍ୟାସନଗର ବରୀ,ବିଂଝାରପୁର ଆଦି ୧୦ଟି ବ୍ଲକରେ ଚାଲିଛି ମାଙ୍କ ପୂଜା। ଆଉ କୌଣସି ମଣ୍ଡପରେ ଦେଖା ଯାଉନାହାଁନ୍ତି ଭକ୍ତ। ସେପଟେ ମାଙ୍କ ମହାଷ୍ଟମୀ ଵ୍ରତ ସାଧାରଣତଃ ମହିଳା ମାନେ ରଖିଥାନ୍ତି ଆଉ ସକାଳୁ ମାଙ୍କ ଦର୍ଶନ କରି ଜଳ ଆହରଣ କରିଥାନ୍ତି। ଭକ୍ତ ଘରେ ରହି ମାଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଏଥିସହିତ ମନରେ ଦୁଃଖ ଥିଲେବି କିଭଳି ଏ ବିଶ୍ବରୁ କୋରୋନା ଦୂର ହେବ ମାଙ୍କୁ ଡାକିଛନ୍ତି। ତେବେଯାଜପୁରରେ ମା ଦୁର୍ଗାଙ୍କ ମଣ୍ଡପରେ କିଭଳି ଚାଲିଛି ପୂଜାର୍ଚ୍ଚନା ସେନେଇ ଅଧିକ ଆଲୋଚନା କରିଛନ୍ତ ଆମ ପ୍ରତିନିଧି ଜ୍ଞାନରଞ୍ଜନ ଓଝା । ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.