ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି, ସମ୍ମାନର ସହ ପାଛୋଟି ନେଲେ ହୋଟେଲ କର୍ତ୍ତୃପକ୍ଷ - ଭାରତ ବନାମ ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦
🎬 Watch Now: Feature Video
ଭୁବନେଶ୍ବର: ଦ୍ବିତୀୟ ଟି-୨୦ ମ୍ୟାଚ୍ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । ଭୁବନେଶ୍ବର ମେ ଫେୟାର ହୋଟେଲରେ ପହଞ୍ଚିବା ପରେ ସମସ୍ତ କ୍ରିକେଟର ଓ ଅଫିସିଆଲ୍ଙ୍କ ଭବ୍ୟ ସ୍ବାଗତ କରାଯାଇଛି । ହୋଟେଲ କର୍ତ୍ତୃପକ୍ଷ ଖେଳାଳିଙ୍କୁ ଅତି ସମ୍ମାନର ସହ ପାଛୋଟି ନେଇଛନ୍ତି । ଖେଳାଳିଙ୍କ ପାଇଁ ହୋଟେଲରେ ସମସ୍ତ ପ୍ରକାର ଉଚ୍ଚ ସ୍ତରୀୟ ବ୍ୟବସ୍ଥା କରାଯାଇଛି । ହୋଟେଲରେ ଥିବା ସ୍ପୋର୍ଟ୍ସ କମ୍ପ୍ଲେସ୍ରେ ଖେଳାଳିଙ୍କ ନିଜ ମନୋରଞ୍ଜନ କରି ପାରିବେ । ଆଗକୁ ରଜ ଆସୁଥିବାରୁ ହୋଟେଲରେ ଏକ ଓଡ଼ିଆ ଖାଦ୍ୟ କାଉଣ୍ଟର କରାଯାଉଛି । ଯେଉଁଠାରେ ଓଡ଼ିଆ ଖାଦ୍ୟ ଯେଭଳି କାନିକା, ଛେନାପୋଡ଼, ଭଳିକି ଭଳି ପିଠାର ସ୍ବାଦ ପାଇପାରିବେ ଖେଳାଳି । ସେପଟେ ମ୍ୟାଚ୍ ପାଇଁ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବର୍ଷା ହେଲେ ମଧ୍ୟ ଖେଳ ବାତିଲ ହେବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ଓସିଏ ସଭାପତି । ଏହାକୁ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।
TAGGED:
ମେ ଫେୟାରରେ ଟିମ ଇଣ୍ଡିଆ