ଚାଷ ଜମିରେ ଲୁଣାପାଣି, ଚିନ୍ତାରେ ଚାଷୀ - ଜୁଆର ପାଣିରେ କ୍ଷତିଗ୍ରସ୍ତ ଚାଷଜମି

🎬 Watch Now: Feature Video

thumbnail

By

Published : Jul 18, 2022, 3:25 PM IST

ବାଲେଶ୍ଵର: ଜିଲ୍ଲା ସଦର ବ୍ଲକର ସାର୍ଥା, କସାଫଳ, ଆଳୁମେଦା ପଞ୍ଚାୟତରେ ତିନିଦିନ ତଳେ ସମୁଦ୍ରରୁ ଅସ୍ବାଭାବିକ ଭାବେ ୧୫ ଫୁଟରୁ ଉଚ୍ଚ ଜୁଆର ଉଠି ହଜାର ହଜାର ଏକର ଚାଷଜମି ଲୁଣାପାଣିରେ ବୁଡି ରହିଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ଲୁଣାପାଣି ନିଷ୍କାସିତ ହୋଇପାରୁ ନଥିବାରୁ ଚାଷ ଜମିରେ ଲୁଣା ପାଣି ଜମି ରହିଛି । ଚାଷ ଅମଳ ବେଳ ହୋଇଥିବା ବେଳେ ଲୁଣାପାଣି ଯୋଗୁଁ ଚାଷ କରିବା ସମ୍ଭବ ହେବନି ବୋଲି ଚାଷୀମାନେ କହିଛନ୍ତି । ଲୁଣାପାଣି ନିଷ୍କାସନ ହେବା ପାଇଁ ସରକାରୀ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଗୃହ ନିର୍ମାଣ ବାଧକ ହେଉଛି । ଏହା ବାବଦରେ ଅଭିଯୋଗ କରାଯିବା ପରେ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ କରିବା ପରେ ମଧ୍ୟ ବେଆଇନ ନିର୍ମାଣ ଯେମିତିକୁ ସେମିତି ରହିଛି । ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀ ମାନେ ଚାଷ କରିବାରେ ଅସୁବିଧା ଭୋଗୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.