ଘୂର୍ଣ୍ଣିଝଡରେ ଭାଙ୍ଗିଲା ହସ୍ପିଟାଲର କାଚ, ହଟହଟା ରୋଗୀ

By

Published : May 18, 2021, 10:16 PM IST

thumbnail
ଗାନ୍ଧୀନଗର: ଘୂର୍ଣ୍ଣିଝଡ ଯୋଗୁଁ ବଦୋଦରାସ୍ଥିତ ଗୋଟ୍ରି ଜିଏମଇଆରଏସ ହସ୍ପିଟାଲର କୋଭିଡ ୱାର୍ଡରେ ଭାଙ୍ଗିଲା କାଚ । ସପ୍ତମ ମହଲାର କାଚ ଭାଙ୍ଗିଯିବାରୁ କୋଭିଡ ୱାର୍ଡରେ ଥିବା ରୋଗୀଙ୍କ ଶେଯରେ ପଡିଥିଲା ଭଙ୍ଗାକାଚ । ଏହି ଦୁର୍ଘଟଣାରେ ଜଣେ ନର୍ସ ମଧ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ହସ୍ପିଟାଲର କର୍ମଚାରୀ ତୁରନ୍ତ ରୋଗୀଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.