ବନ୍ୟଜନ୍ତୁଙ୍କୁ ଶିକାର ନ କରିବାକୁ ଶପଥ ପାଠ - ବନ୍ୟଜନ୍ତୁଙ୍କୁ ଶିକାର ନ କରିବା ପାଇଁ ଶପଥ ପାଠ

🎬 Watch Now: Feature Video

thumbnail

By

Published : Jun 4, 2022, 3:55 PM IST

ମାଲକାନଗିରି: ବନ୍ୟଜନ୍ତୁଙ୍କୁ ଶିକାର ନ କରିବା ପାଇଁ ଶପଥ ପାଠ । ମାଲକାନଗିରି ଜିଲ୍ଲା ଗୋମ୍ଫାକୋଣ୍ଡା ଓ କାଲିମେଳା ଅଞ୍ଚଳରୁ ଦୁଇଟି ଟ୍ରକରେ ୧୫୦ରୁ ଅଧିକ ଶିକାରୀ ଚିତ୍ରକୋଣ୍ଡା ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବାବେଳେ, ସେମାନଙ୍କୁ ଅଟକାଇ ଥିଲା ଚିତ୍ରକୋଣ୍ଡା ପୋଲିସ । ଏମାନେ ଜଙ୍ଗଲକୁ ଶିକାର କରିବାକୁ ଯାଉଥିବା ପୋଲିସ ଜାଣିବା ପରେ ଜଙ୍ଗଲରେ ଶିକାର କରିବା କାମ ଛାଡିବା ପାଇଁ କହିଥିଲା ପୋଲିସ । ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଚିତ୍ରକୋଣ୍ଡା ପୋଲିସ ଜବତ କରିଥିଲା । ଚିତ୍ରକୋଣ୍ଡା ଏସଡିପିଓଙ୍କ (SDPO) ଆଗରେ ସମସ୍ତ ଶିକାରୀ ଆଉ ଜଙ୍ଗଲରେ ନିରୀହ ପଶୁମାନଙ୍କର ଶିକାର କରିବେ ନାହିଁ ବୋଲି ଶପଥ କରିଥିଲେ । ଚିତ୍ରକୋଣ୍ଡା ପୋଲିସର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.