ରାଗିଲେ ସାଗର ନନ୍ଦିନୀ, ଭାଙ୍ଗିଲେ ରଥକାଠ - କେନ୍ଦ୍ରାପଡାରେ ହେରା ପଞ୍ଚମୀ
🎬 Watch Now: Feature Video
କେନ୍ଦ୍ରାପଡା: କାଳିଆ ସାଆନ୍ତଙ୍କ ଲୀଳା କିଏ ବୁଝିବ । ହେରା ପଞ୍ଚମୀରେ ଅଭିମାନୀ ମା ସାଆନ୍ତାଣୀ ଜଗତ କର୍ତ୍ତାଙ୍କ ଉପରେ ରୋଷ କଲେ। ମହାପ୍ରଭୁ ଜଗନ୍ନାଥ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଏକାକୀ ମନ୍ଦିରରେ ଛାଡି ଭାଇଭଉଣୀଙ୍କୁ ଘେନି ରଥରେ ବସି ମାଉସୀ ମା ମନ୍ଦିରକୁ ଚାଲି ଆସିଥିବାରୁ ରୋଷ କରିଥିଲେ ମା। ସେଥିପାଇଁ ସଖିମାନଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମାଉସୀ ମାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି ଅଭିମାନିନୀ ପଦ୍ମାଳୟା।ପ୍ରଥମେ ବଡ଼ ଦେଉଳରୁ ବାହାରି ବାଟ ମଣ୍ଡପରେ ଭୋଗ ଖାଇ ପହଞ୍ଚିଥିଲେ ରଥ ନିକଟରେ।ପରେ ରଥ କାର୍ଯ୍ୟ କରିଥିବା ମହାରଣା ସେବାୟତ,ମନ୍ଦିର ବଡ଼ପଣ୍ଡା ଏବଂ ଦେବୋତ୍ତର ବିଭାଗର ମୁଖ୍ୟଙ୍କୁ ବନ୍ଦୀ କରିବା ପାଇଁ ସଖି ମାନଙ୍କୁ ଆଦେଶ ଦେଇଥିଲେ ବରୁଣ ପୁତ୍ରୀ। ଏପରିକି ମା ଅତ୍ୟନ୍ତ କ୍ରୋଧିତ ହୋଇ ରଥର କାଠ ଭାଙ୍ଗିବା ପାଇଁ ସଖିଙ୍କୁ ଆଦେଶ ଦେଇଥିଲେ।କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ମନ୍ଦିରରେ ମଙ୍ଗଳବାର ହେରାପଞ୍ଚମୀ ତିଥିରେ ପରମ୍ପରା ଅନୁଯାୟୀ ଏଭଳି କାର୍ଯ୍ୟମାନ କରାଯାଇଥିଲା।