ବାତ୍ୟା ପ୍ରଭାବରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା
🎬 Watch Now: Feature Video
ଖୋର୍ଦ୍ଧା: ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା ଜୱାଦ(cyclone jawad) ଦୁର୍ବଳ ହୋଇଛି । ଫଳରେ ଓଡ଼ିଶାକୁ ବାତ୍ୟା ଭୟ ଟଳିଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କିନ୍ତୁ ଏହାର ପ୍ରଭାବରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ରାସ୍ତାଘାଟ ଶୁନ୍ଶାନ ରହିଥିବା ଦେଖିବାକୁ ମିଳିଛି । ସେପଟେ ଆଜି(ରବିବାର) ସକାଳ ସୁଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକରେ 32 ମିଲିମିଟର, ବାଲିପାଟଣାରେ 32.2ମିମି, ଭୁବନେଶ୍ବରରେ 23.2ମିମି, ଜଟଣୀରେ 30ମିମି, ବାଣପୁରରେ 81, ବେଗୁନିଆରେ 22, ବୋଲଗଡ଼ରେ 25, ଖୋର୍ଦ୍ଧାରେ 25, ଚିଲିକାରେ 35,ଟାଙ୍ଗିରେ 24.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଏହି ବର୍ଷା ଚାଷୀକୂଳ ପାଇଁ ବହୁତ କ୍ଷତି ପହଞ୍ଚାଇବ ବୋଲି ଆକଳନ କରାଯାଇଛି ।