କଟକରେ ଲଗାଣ ବର୍ଷା, ରାସ୍ତା ଘାଟରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ - ରାସ୍ତା ଘାଟରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ
🎬 Watch Now: Feature Video
କଟକ: କଟକରେ ଲଗାଣ ବର୍ଷା । ମୌସୁମୀ ବର୍ଷାରେ ବେହାଲ ହୋଇପଡ଼ିଛି ସିଲଭରସିଟି । ରାସ୍ତାରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ଗମନାଗମନ ଓ ଯାତାୟାତରେ ନାହିଁନଥିବା ଅସୁବିଧା ଭୋଗିଛନ୍ତି କଟକବାସୀ । ତେବେ ଗତକାଲି ରାତିରୁ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷା ଯୋଗୁଁ କଟକର ପ୍ରମୁଖ ତଳିଆ ଅଞ୍ଚଳ, ରକ୍ସି ଲେନ, ସୁତାହାଟ, ରୋଭର ଷ୍ଟ୍ରିଟ, ବାଦାମବାଡ଼ି, ମେରିଆ ବଜାର ଆଦି ଅଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇ ରହିଛି । ଇଟିଭି ଭାରତ, କଟକ