ଭବାନୀପାଟଣାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ଘରେ ପଶିଲା ବର୍ଷା ପାଣି
🎬 Watch Now: Feature Video
ଲଘୁଚାପ ପ୍ରଭାବରେ କଳାହାଣ୍ଡିରେ ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ବର୍ତ୍ତମାନ ସୁଦ୍ଧା ୨୦୦ ସହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଆଜି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୬୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସହରର ପୁରୁଣା ଏଲଆଇସି କଲୋନୀରେ ଲଗାଣ ବର୍ଷା ଯୋଗୁଁ ଡ୍ରେନେଜ ପାଣି ଲୋକଙ୍କ ଘରେ ପଶି ଥିବାବେଳେ ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି ।