Har Ghar Trianga: ସ୍କୁବା ଡାଇଭିଂ ମାଧ୍ୟମରେ ସଚେତନତା

By

Published : Aug 11, 2022, 8:58 PM IST

thumbnail

କେନ୍ଦୁଝର: ଦେଶ ପାଳୁଛି ଆଜାଦୀ କା ଅମୃତ ମହତ୍ସୋବ । ସାରା ଦେଶରେ ଜାରି ରହିଛି ହର ଘର ତ୍ରିରଙ୍ଗା । ବିଭିନ୍ନ ମାଧ୍ୟମରେ ହର ଘର ତ୍ରିରଙ୍ଗା ଯାତ୍ରା ନେଇ ସଚେତନତା ସୃଷ୍ଟି କରୁଛନ୍ତି ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ । ଏହାକୁ ନେଇ ସ୍କୁବା ଡାଇଭିଂ ମାଧ୍ୟମରେ ଆଡମ୍ବର ସହ ପାଳନ କରୁଛନ୍ତି ସ୍କୁବା ଡାଇଭିଂ ଅନୁଷ୍ଠାନ । କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ନଦୀବନ୍ଧ ଗୁଡିକରେ ସ୍କୁବା ଡାଇଭିଂ କରାଯାଉଛି । ଏହି ନଦୀବନ୍ଧ ଗୁଡିକରେ ନୂତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଡାଇଭିଂ ଟ୍ରେନିଂ ଦେବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଆଜି କୋଡିପସା ଡ୍ୟାମରେ ଏହି ଅନୁଷ୍ଠାନ ପକ୍ଷରୁ ସ୍କୁବା ଡାଇଭିଂ ଟ୍ରେନିଂ ଦିଆଯାଇଥିଲା । ଏହା ସହ ଡ୍ୟାମର ଗଭୀର ଜଳରାଶିରେ ତ୍ରିରଙ୍ଗା ପତାକା ଉଡା ଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.