ମାଲକାନଗିରି ମହାବିଦ୍ୟାଳୟରେ ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 14, 2022, 2:09 PM IST

thumbnail
ମାଲକାନଗିରି: ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ମହାବିଦ୍ୟାଳୟ ତରଫରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ଏନ.ସି.ସିର ସହଯୋଗରେ ଏହା ଉଦଘାଟିତ ହୋଇଥିବା ବେଳେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସୀମା ସୁରକ୍ଷା ବଳ, ମାଲକାନଗିରିର ସହକାରୀ ଦୁର୍ଗାପତି ଶ୍ରଧାକର ପାଢ଼ୀ ଯୋଗ ଦେଇ ଜାତୀୟ ପତାକା ବାଣ୍ଟିବା ପାଇଁ ପରାମର୍ଶ ଦେଇଥିଲେ । ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ କଲେଜରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ରୂପାୟନ କରିବା ପାଇଁ ଏନ.ସି.ସି, ଏନ.ଏସ.ଏସ ଓ ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.