ନିଶା କାରବାରକୁ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗୋଷ୍ଠୀ ସଂଘର୍ଷ
🎬 Watch Now: Feature Video
ନିଶାଦ୍ରବ୍ୟ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଅନ୍ୟଗୋଷ୍ଠୀର ୨ଜଣ ଆହତ ।ଶୁକ୍ରବାର ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ପଡ଼ିଆରେ ଏହି କାଣ୍ଡ ଦେଖିବାକୁ ମିଳିଥିଲା । ଏହି ପଡିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଦର ଥାନା ମାତ୍ର ୨୦ ମିଟର ଦୂର ହୋଇଥିଲେ ମଧ୍ୟ ପୋଲିସ ପାଖରେ ଖବର ନଥିଲା । ଏହି ଘଟଣାପରେ ସହରର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।