କମୁଛି ବୈତରଣୀର ଜଳସ୍ତର, ତଳିଆ ଅଞ୍ଚଳରୁ ଛାଡୁନି ପାଣି

🎬 Watch Now: Feature Video

thumbnail

By

Published : Aug 22, 2022, 10:29 PM IST

ଭଦ୍ରକ: ବୈତରଣୀରେ ବନ୍ୟା ଦ୍ବାରା ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୧୫ରୁ ଅଧିକ ଗାଁ ଏବେ ଜଳବନ୍ଦୀ ହୋଇ ରହିଥିବା ବେଳେ ଧାମନଗର ବ୍ଲକର ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଗାଁରେ ବନ୍ୟା ଜଳ ପ୍ରବାହିତ ହେଉଛି । ଧାମନଗରରେ ଅଗ୍ନିଶମ ବାହିନୀ ସମେତ ଦୁଇଟି ଓଡ୍ରାଫ ଟିମ ଓ ଏନ୍‌ଡିଆର୍‌ଏଫ ମଧ୍ୟ ମୁତୟନ ହୋଇଛନ୍ତି । ସେହିପରି ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳ ମଧ୍ୟ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ତେବେ ବୈତରଣୀ ଓ ସାଳନ୍ଦୀର ଶାଖାନଦୀ ଗୁଡିକର ଆଡିବନ୍ଧ ଦୁର୍ବଳ ହେତୁ ବନ୍ୟା ଜଳ ଚାଷ ଜମିରେ ପଶୁଛି । ପ୍ରଶାସନ ପକ୍ଷରୁ ଭିତ୍ତିଭୂମିର ତ୍ରୁଟି ହେତୁ ବନ୍ୟାଜଳ ତଳକୁ ନଯାଇ ପ୍ରତିବର୍ଷ ଚାଷ ଜମିରେ ଜମାଟ ବାନ୍ଧୁଥିବା ଅଭିଯୋଗ ହୋଇଛି । ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.