ଫାଷ୍ଟଫୁଡ୍‌ ଦୋକାନରେ ନିଆଁ, ପୂର୍ବଶତ୍ରୁତାରୁ ଅଗ୍ନିକାଣ୍ତ ଘଟିଥିବା ସନ୍ଦେହ - ମୟୂରଭଞ୍ଜ ଫାଷ୍ଟଫୁଡ ଦୋକାନରେ ଅଗ୍ନିକାଣ୍ତ

🎬 Watch Now: Feature Video

thumbnail

By

Published : Jun 9, 2022, 2:10 PM IST

ବାରିପଦା: ବାରିପଦା ସହରର ମଧୁବନଠାରେ ଥିବା ଦୁଇଟି ଫାଷ୍ଟଫୁଡ୍‌ ଦୋକାନରେ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଆଜି ସକାଳ ସମୟରେ ଲୋକେ ପ୍ରାତ ଭ୍ରମଣରେ ଯାଉଥିବା ବେଳେ ଦୋକାନ ଦୁଇଟି ଜଳୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ । ବହୁକଷ୍ଟରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲା । ହେଲେ ସେତେ ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ପୋଡି ଯାଇଥିବା ଦୁଇ ଦୋକାନର ମାଲିକ ଗୋପାଲ ତରେଇ ଓ ବିନୋଦ ସାହୁଙ୍କ ମଧ୍ୟରେ ବହୁଦିନରୁ ଶତ୍ରୁତା ଲାଗି ରହିଥିଲା । ତେବେ ସେହି ପୂର୍ବଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.