କମ୍‌ ବର୍ଷାରୁ ଧାନ ତଳି ନଷ୍ଟ, ଜମିରେ ପଡ଼ି ଭୋଭୋ ହୋଇ କାନ୍ଦୁଛି ଚାଷୀ - ବିହାରରେ କମ୍‌ ବର୍ଷା

🎬 Watch Now: Feature Video

thumbnail

By

Published : Jul 20, 2022, 10:45 PM IST

ପାଟ୍‌ନା: ବର୍ଷା ହେଲାନି ବୋଲି ଜମିରେ ପଡ଼ି କାନ୍ଦୁଛି ଚାଷୀ । ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା, ଅନେକ ସ୍ଥାନରେ ବର୍ଷାର ଦେଖା ଦର୍ଶନ ମିଳୁନାହିଁ । ଫଳରେ ଏବେ ଚାଷୀ ମୁଣ୍ଡ ଉପରେ ଚଡ଼କ ପଡ଼ିଛି । ବିହାରର ରାଜଧାନୀ ପାଟନାରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା ନହେବାରୁ ଧାନ ତଳି ନଷ୍ଟ ହୋଇଛି ଫଳରେ ଜମିରେ ଗଡ଼ି କାନ୍ଦୁଛି ଚାଷୀ । ଧାନ ଫସଲ ପାଇଁ ବିହାରରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହୋଇନାହିଁ । ଖରିଫ ଫସଲ କରୁଥିବା ଚାଷୀ ପ୍ରଥମ ବର୍ଷା ଦେଖି ତଳି ପକାଇଥିଲେ । ହେଲେ ଏହାପରେ ଆଉ ବର୍ଷା ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଚାଷୀ ପାଖରେ କାନ୍ଦିବା ଛଡ଼ା ଆଉ କୌଣସି ଉପାୟ ନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.