ଶିବ ମନ୍ଦିରରେ ଅଲୌକିକ ଦୃଶ୍ୟ, ଶିବଲିଙ୍ଗରେ ଦୃଶ୍ୟମାନ ହେଲେ ସ୍ୱୟଂ ଭଗବାନ !

By

Published : Oct 17, 2022, 5:24 PM IST

thumbnail
ଲକ୍ଷ୍ନୌ:ଶିବ ମନ୍ଦିରରେ ଅଲୌକିକ ଦୃଶ୍ୟ । ଶିବଲିଙ୍ଗରେ ଦୃଶ୍ୟମାନ ହେଲା ଭଗବାନଙ୍କ ଆଖି ଓ ନାକ । ଏହା ଆମେ କହୁନି, ମନ୍ଦିରେ ଉପସ୍ଥିତ ଥିବା ଭକ୍ତ ଏପରି ମତ ରଖିଛନ୍ତି । ଉତ୍ତରପ୍ରଦେଶର ଜଲାଲୀ ସହରର ପ୍ରସିଦ୍ଧ ଶ୍ରୀ ଭାନଖଣ୍ଡେଶ୍ବର ମହାଦେବ ମନ୍ଦିରରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରବିବାର ରାତି ୯ଟା ସମୟରେ ଶିବ ଲିଙ୍ଗରେ ଏକ ଚିତ୍ର ଦୃଶ୍ୟ ମାନ ହୋଇଥିଲା , ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଭଗବାନ ଶିବଙ୍କ ଆଖି, ନାକ ଏବଂ ପାଟି ଦୃଶ୍ୟମାନ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ଖବର ସାମ୍ନାକୁ ଆସିବା ପରେ ମନ୍ଦିରର ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ କିଛି ସମୟ ପରେ ଏହା ଅଦୃଶ୍ୟ ମଧ୍ୟ ହୋଇଯାଇଥିଲା । ଦେଖନ୍ତୁ ଭାଇରାଲ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.