ETV Bharat / state

ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN LAUNCHES PROJECTS

CM Mohan Launches 158 Projects: ଜନ୍ମମାଟିକୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଟି କୋଟି ଟଙ୍କାର ଜନହିତକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋହନ । ଅଧିକ ପଢ଼ନ୍ତୁ

CM Mohan Launches 158 Projects
CM Mohan Launches 158 Projects (ETV Bharat Odisha)
author img

By ETV Bharat Odisha Team

Published : Sep 22, 2024, 9:57 PM IST

କେନ୍ଦୁଝର: ବିକାଶର ଶିଖର ଛୁଇଁବ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି । ସୁନାର ଜିଲ୍ଲା ହେବ କେନ୍ଦୁଝର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଗସ୍ତ କରିଥିବା ବେଳେ ଆଜି ଶେଷ ଦିନରେ ଜିଲ୍ଲାକୁ ବଡ଼ ଭେଟି ଦେଇଛନ୍ତି । ୯୮୭.୩୫ କୋଟି ବ୍ୟୟରେ ୧୫୮ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ, ଘୋଷଣା ଓ ଭିତ୍ତିପ୍ରସ୍ତର ସ୍ଥାପନ କରି କେନ୍ଦୁଝର ଜିଲ୍ଲାରେ ନୂଆ ଫର୍ଦ୍ଦ ଯୋଡିଛନ୍ତି । ଏହାସହ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୋହନ ।

୫୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ:

CM Mohan Launches 158 Projects (ETV Bharat Odisha)

କେନ୍ଦୁଝରର ବିକାଶ ପାଇଁ ଆଜି ୯୮୭.୩୫ କୋଟି ଟଙ୍କା ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କେନ୍ଦୁଝର ଜିଲ୍ଲାରେ ୯୨.୪୭ କୋଟି ଟଙ୍କା ବ୍ୟୟରେ ୫୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ହେଉଛି ୫.୨୫ କୋଟି ଟଙ୍କା ବ୍ୟୟରେ ସାହରପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ବଳିଷ୍ଠ କରିବା ପାଇଁ ୧୫ କୋଟି ଟଙ୍କା ବ୍ୟୟରେ ଡାକ୍ତରମାନଙ୍କ ପାଇଁ ୪୫ଟି ବିଭିନ୍ନ ଧରଣର କ୍ବାଟର, ୨ କୋଟି ବ୍ୟୟରେ ୪ଟି ଉପ-ସ୍ବାସ୍ଥ୍ୟକେନ୍ଦ୍ର, ୬ କୋଟି ବ୍ୟୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଏନଏମ ଟ୍ରେନିଂ ସେଣ୍ଟର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉଦୟପୁର ଠାରେ ପ୍ରଶାସନିକ କୋଠା ନିର୍ମାଣ, କେନ୍ଦୁଝର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସାଳୟ ଓ ଜିଲ୍ଲାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ୧୬ କୋଟି ଟଙ୍କାରେ ଯୋଡା ଠାରେ ସଡ଼କର ନିର୍ମାଣ, ୨୦ କୋଟିରୁ ଅଧିକ ବ୍ୟୟରେ ବାଂଶପାଳ ଓ ସାହାରପଡ଼ା ବ୍ଲକରେ ୪ଟି ସେତୁ ନିର୍ମିତ ହୋଇଥିବା ବେଳେ ଆଜି ଏହାର ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀଙ୍କ ପାଇଁ ମାଇକ୍ରୋ ସୋଲାର ଲିଫ୍ଟ ପ୍ରକଳ୍ପ:

CM Mohan Launches 158 Projects
CM Mohan Launches 158 Projects (CM Mohan Majhi)

ସେହିପରି କେନ୍ଦୁଝରର ପଥୁରିଆ ଅଞ୍ଚଳରେ ଜଳସେଚନର ଉନ୍ନତି ପାଇଁ ୭.୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ୨୦ଟି ଗୋଷ୍ଠୀ ଜଳସେଚନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୪ କୋଟି ଟଙ୍କା ବ୍ୟୟରେ ମାଇକ୍ରୋ ସୋଲାର ଲିଫ୍ଟ ପ୍ରକଳ୍ପ ହରିଚନ୍ଦନପୁର ବ୍ଲକରେ ନିର୍ମାଣ କରାଯାଇ ୪ ଶହରୁ ଅଧିକ ଚାଷୀଙ୍କୁ ଉପକୃତ କରାଯାଇଛି । ୪ କୋଟିରୁ ଅଧିକ ବ୍ୟୟରେ କେନ୍ଦୁଝର ସଦର ଓ ଝୁମ୍ପୁରା ବ୍ଲକରେ ୧୭ଟି ଶୀତଳ ଭଣ୍ଡାର, ୧୮ଟି ପ୍ୟାକ ହାଉସ ନିର୍ମାଣ କରାଯାଇଛି । ସେହିପରି ବାଂଶପାଳ ବ୍ଲକରେ ୩.୨୯ କୋଟି ବ୍ୟୟରେ ପଣସ ମିଶନ ପ୍ରଯୁକ୍ତି ଅଭିବୃଦ୍ଧି କେନ୍ଦ୍ର ନିର୍ମାଣ କରାଯାଇଛି । ଆନନ୍ଦପୁର ଠାରେ ୨.୨୪ କୋଟି ବ୍ୟୟରେ ମହିଳା ଛାତ୍ରାବାସ ନିର୍ମାଣ କରାଯାଇଛି । କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଖଣି ଓ ସମ୍ବନ୍ଧିତ ଶିଳ୍ପରେ ଧନ୍ଧାମୂଳକ ପ୍ରଶିକ୍ଷଣ ପାଇଁ ୬.୬ କୋଟି ବ୍ୟୟରେ ୨ଟି ଉତ୍କର୍ଷ କେନ୍ଦ୍ର ନିର୍ମାଣ କରାଯାଇଛି । ଯାହାର ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ:

ସେହିପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ୮୫୦.୧୪ କୋଟି ଟଙ୍କା ବ୍ୟୟରେ ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ବାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କ ରହଣୀ ପାଇଁ ୬୪ଟି କ୍ବାଟର ଯାହା ଜିଲ୍ଲାର ଆନନ୍ଦପୁର, ବାଂଶପଡ଼ା, ପାଟଣା ଓ ତେଲକୋଇ ବ୍ଲକରେ ୩୩ କୋଟିରୁ ଅଧିକ ବ୍ୟୟରେ ନିର୍ମାଣ କରାଯିବ । ଏହାସହ ପ୍ରାୟ ୫ କୋଟି ଟଙ୍କାରେ ୯ଟି ଉପ-ସ୍ବାସ୍ଥ୍ୟ କେନ୍ଦ୍ର, ୧୩.୮୪ କୋଟି ଟଙ୍କାରେ ବ୍ୟୟରେ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ କେନ୍ଦ୍ର, ଆନନ୍ଦପୁରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମନ୍ବିତ ଜନ ସ୍ବାସ୍ଥ୍ୟ ପରୀକ୍ଷାଗାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ବାସ୍ଥ୍ୟକ୍ଷେତ୍ରର ଉନ୍ନତି ପାଇଁ ବଡ଼ ଭେଟି:

ସେହିପରି ସ୍ବାସ୍ଥ୍ୟକ୍ଷେତ୍ରରେ ବିକାଶ ପାଇଁ ୩୩.୨୭ କୋଟି ବ୍ୟୟରେ ହାଟଡିହି ଓ ସାହାରପଡ଼ା ଠାରେ ୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ଏଥିସହିତ ଭିତ୍ତିଭୂମି ପର୍ଯ୍ୟାୟରେ ୫୭.୩୩ କୋଟି ବ୍ୟୟରେ ବିଭିନ୍ନ ସ୍ଥାନରେ ୭ଟି ସେତୁ, ୭୧.୮୭ କୋଟି ବ୍ୟୟରେ ୩ଟି ସଡକ, ୧୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୨ଟି ମେଗା ଲିଫ୍ଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ୨.୩୦ କୋଟି ବ୍ୟୟରେ କେନ୍ଦୁଝର ପୌରପାଳିକା ଅଞ୍ଚଳରେ ମିଶନ ଶକ୍ତି ବଜାର ଓ କୋଇଲିକୁଦର ଠାରେ ବ୍ଲକ ପର୍ଯ୍ୟାୟ ପ୍ରଶିକ୍ଷଣ ଓ ବିସ୍ତାର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୁଦୃଢ ହେବ କେନ୍ଦୁଝରବାସୀଙ୍କ ଗମାନଗମନ:

କେନ୍ଦୁଝରବାସୀଙ୍କ ଗମନାଗମନକୁ ଆହୁରି ସୁଦୃଢ କରିବା ପାଇଁ ୩୫୪.୧ କୋଟି ଟଙ୍କା ବ୍ୟୟରେ ୫୬ଟି ବିଭିନ୍ନ ସ୍ଥାନରେ ପ୍ରାୟ ୧୯୦ କି.ମି ଗ୍ରାମ୍ୟ ସଡ଼କ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ଦକ୍ଷତା ବିକାଶକୁ ଆହୁରି ବେଗମାନ କରିବା ପାଇଁ ଓଏସଏମଇ ଠାରେ ୧୨.୫ କୋଟି ବ୍ୟୟରେ ଶିକ୍ଷା ଓ କର୍ମାଶାଳା କୋଠା, ୫୧.୧୩ କୋଟି ବ୍ୟୟରେ ବାଂଶପାଳ ଓ ବଡ଼ବିଲ ଠାରେ ୨ଟି ITI ହଷ୍ଟେଲ, ୧୦ଟି କର୍ମାରୀ ଗୃହ ଏବଂ ପାଟଣା ଠାରେ ମୃତ୍ତିକା ସଂର୍କ୍ଷଣ ଅଧିକାରୀ କାର୍ଯ୍ୟାଳୟ ଓ କେନ୍ଦୁଝର ପୌରପାଳିକାରେ ୨ଟି ଜଳାଶୟର ଶିଳାନ୍ୟାସ କରାଯାଇଛି ।

କେନ୍ଦୁଝର ଜିଲ୍ଲା ଗସ୍ତର ଶେଷଦିନ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ମୁଖ୍ୟମନ୍ତ୍ରୀ ପ୍ରଥମେ ସହରର ଡେଲି ମାର୍କେଟ ସ୍ଥିତ ରାହାସ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ସେଠାରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଡିଡି ୟୁନିଭର୍ସିଟି ପରିସରରେ ପହଞ୍ଚି ସେଠାରେ ଆୟୋଜିତ ବିକାଶ ମେଳା ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିବା ସହ ମେଳା ବୁଲି ଦେଖିଥିଲେ । ପରେ ସରକାରଙ୍କ ୧୦୦ ଦିନ ପୂରଣର ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚରେ କେନ୍ଦୁଝର ସାଂସଦ, ପାଟଣା ଓ ତେଲକୋଇର ବିଧାୟକଙ୍କ ସହ ଅନ୍ୟ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଜିଲ୍ଲା ଆରାଧ୍ୟା ଦେବୀ ମା' ତାରିଣୀ ଓ ବଳଦେବଜୀଉଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ସଭା ଆରମ୍ଭ କରାଇଥିଲା ।

ବିଜେଡିକୁ ମୋହନଙ୍କ ସମାଲୋଚନା:

ଏହି ଆବସରରେ ମୁଖ୍ୟମନ୍ତ୍ରୀ ମୋହନ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, "ପୂର୍ବ ସରକାର ଜଗନ୍ନାଥଙ୍କୁ ଭୋଟ ରାଜନୀତି ପାଇଁ ବ୍ୟବହାର କରିଥିଲେ । ଏହାଠାରୁ ନିଚ କାର୍ଯ୍ୟ କ'ଣ ହୋଇପାରେ । ଓଡ଼ିଆ ଅସ୍ମିତା ସଙ୍କଟରେ ଥିଲା । ଆମେ ଆଜି ତାର ପୁନଃପ୍ରତିଷ୍ଠା ପାଇଁ ସମସ୍ତ ଶାସନ କଳକୁ ଓଡିଆ ଭାଷାରେ ଚଳାଇବାକୁ ନିଷ୍ପତ୍ତି ନେଇଛୁ । ପୂର୍ବ ସରକାରରେ ସଭାକୁ ମୁଖ୍ୟମନ୍ତ୍ରୀ ଆସନ୍ତି ନାହିଁ । ଜଣେ ସରକାରୀ ଅଧିକାରୀ ଆସି ସଭା କରନ୍ତି । ନେତା, ମନ୍ତ୍ରୀ ମଞ୍ଚ ତଳେ ଠିଆ ହେଉଥିଲେ । ମନ୍ଦିର ଓ ଚିକିତ୍ସାଳୟରେ ପ୍ରଥମ ଥର ପାଇଁ ଆମ ସରକାର କର୍ପସ ଫଣ୍ଡ କରିଛ଼ି । ଚାଷୀମାନଙ୍କୁ ସମ୍ମାନ ଦେଇଛୁ । ବଜେଟରେ ସେମାନଙ୍କ ପାଇଁ ୫୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛୁ । ସୁଭଦ୍ର ଯୋଜନା ଭାରତ ବର୍ଷରେ ସବୁଠାରୁ ବଡ ଯୋଜନା ।"

5T ରୂପାନ୍ତରିତ ନାଁରେ କେବକ ପୁରୁଣା କାନ୍ଥ ରଙ୍ଗ ମରାଯାଉଥିଲା:

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଗତ ସରକାରରେ ୫ଟି ରୂପାନ୍ତରିତ ନାଁରେ କେବକ ପୁରୁଣା କାନ୍ଥ ଓ ଟାଇଲରେ ରଙ୍ଗ ମାରୁଥିଲେ । ନା ଭିର୍ତ୍ତି ଭୂମି ଥିଲା, ନା ଶିକ୍ଷକ ଥିଲେ । ମୁଁ ଏହାକୁ ସେତେବେଳେ ବିଧାନସଭାରେ ବିରୋଧ କରିଥିଲି । ହେଲେ ମୋ କଥାକୁ ଶୁଣି ନ ଥିଲେ । କେନ୍ଦୁଝର ଜିଲ୍ଲାରୁ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଆରମ୍ଭ ହେବ । ଏହା ବେସରକାରୀ ସ୍କୁଲ ଠାରୁ ଉନ୍ନତ ଧରଣର ହେବ । ଆଜି ଡ୍ରପଆଉଟ ହାରରେ ଦେଶରେ ଆମ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି । ଏଥିପାଇଁ ଗତ ସରକାର ଦାୟୀ । ଗରୀବ, ଆଦିବାସୀ, ମହିଳା ଚାଷୀଙ୍କୁ ଗତ ସରକାର ଧୋକା ଦେଉଥିଲେ ।"

ଗପ ଶୁଣାଉଛନ୍ତି ୨୪ ବର୍ଷ ସରକାର:

ମୋହନ ମାଝୀ ଏହା ମଧ୍ୟ କହିଛନ୍ତି, "କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦାରିଦ୍ର୍ୟ ଅଧିକା ରହିଛି । ସେ ଦୁଃଖ ମୁଁ ପାଖରୁ ଦେଖିଛି । ୨୪ ବର୍ଷ ସରକାର ବର୍ତ୍ତମାନ ଗପ ଶୁଣାଉଛନ୍ତି । ଆଜି ପର୍ଯ୍ୟନ୍ତ କାନପୁର ଜଳସେଚନ ପ୍ରକଳ୍ପ ସମାପ୍ତ ହୋଇ ପାରିନାହିଁ । ହେଲେ ଅସନ୍ତା ୨୦୨୫ ଜୁନ ସୁଦ୍ଧା ତାହା ଉଦ୍‌ଘାଟନ ହେବ ବୋଲି କହିଛନ୍ତି । ବଡ଼ବିଲରୁ ପାରାଦ୍ଵୀପ ପର୍ଯ୍ୟନ୍ତ ୮ ଲାଇନ ରାସ୍ତା ହେବ । ସେଥିରେ ସର୍ଭିସ ରୋଡ ମଧ୍ୟ ହେବ । ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଗଠନ ହେବ । ମା' ତାରିଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସମୁଦାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହା ଏକ ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ । ଆମର ଜିଲ୍ଲାର ଡିଏମଏଫ ଓ ଓମବାଡସିରେ ହଜାର ହଜାର କୋଟି ଟଙ୍କା ଥିବା ବେଳେ ଆମେ କାହିଁକି ଭଲ ପାଣି , ରାସ୍ତା, ସ୍ୱାସ୍ଥ୍ୟ ସେବା, ବିଜୁଳି ସୁବିଧା ପାଇବା ନାହିଁ । ବହୁତ ଶୀଘ୍ର ମେଡିକାଲ କଲେଜ ସଂପୂର୍ଣ୍ଣ ହେବ ଓ ଅତିଶୀଘ୍ର ଜିଲ୍ଲାରେ ଟ୍ରମା କେୟାର ସେଣ୍ଟର ହେବ । ମୁଁ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଲୋକେ ଆଉ ଦୁର୍ଘଟଣାରେ ଗୁରୁତର ହୋଇ ଅକାଳରେ ପ୍ରାଣ ହରାଇବେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ମେଗା ସ୍ବାସ୍ଥ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ମାଗଣାରେ ହେଲା ଚକ୍ଷୁ ପରୀକ୍ଷା, ହଜାର ହଜାର ଲୋକ ଉପକୃତ - Mega health fair

ଏହା ମଧ୍ୟ ପଢ଼ନ୍ତୁ...ଉଦାହରଣ ସାଜିଲେ ମୁଖ୍ୟମନ୍ତ୍ରୀ ମୋହନ, ନିଜ ଘରେ ଆରମ୍ଭ କଲେ ଅଭିଯୋଗ ପ୍ରକୋଷ୍ଠ - CM public Grievance in kendujhar

ଏହା ମଧ୍ୟ ପଢ଼ନ୍ତୁ...ନାଲି ଚା' ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତାଜା ହେଲା 10 ବର୍ଷର ସ୍ମୃତି - CM Enjoys Black Tea

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ପ୍ରାତଃ ଭ୍ରମଣ ପରେ ଚା' ପେ ଚର୍ଚ୍ଚା - CM Mohan In Kendujhar

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି:

ସେହିପରି ମଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଯେ, ୨୦୪୭ ମସିହା ସୁଧା ବିକାଶର ରେଳରେ ଓଡ଼ିଶା ହେବ ପ୍ରଥମ ବଗି ଓ କେନ୍ଦୁଝର ହେବ ସୁନାର କେନ୍ଦୁଝର । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଇସୁଆଁ ହେଲିପ୍ୟାଡକୁ ବାରିପଦା ଯିବାପାଇଁ ବାହାରିଥିଲେ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର ଉଡ଼ିପାରିଲା ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ଵର ଅଭିମୁଖେ ବାହାରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.