ETV Bharat / state

କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

author img

By ETV Bharat Odisha Team

Published : 3 hours ago

Justice For daughters: ଆଜି କନ୍ୟା ଦିବସ । ଝିଅ ପାଇଁ ନ୍ୟାୟ ମାଗିଲେ ପୀଡିତାଙ୍କ ବାପା । ସେପଟେ ନିଲମ୍ବିତ ପୋଲିସର ମାଆ ମଧ୍ୟ କମିଶନରଙ୍କ ନିକଟରେ ନ୍ୟାୟ ମାଗିଛନ୍ତି । ପଢନ୍ତୁ ପୂରା ଖବର

କନ୍ୟା ଦିବସରେ ଝିଅ ପାଇଁ ଲଢେଇ
କନ୍ୟା ଦିବସରେ ଝିଅ ପାଇଁ ଲଢେଇ (ETV Bharat Odisha)

ଭୁବନେଶ୍ବର: ଆଜି ସାରା ବିଶ୍ବ ପାଳୁଛି କନ୍ୟା ଦିବସ( National Daughters Day) । ନିଜ ଝିଅକୁ କନ୍ୟା ଦିବସର ଶୁଭେଚ୍ଛା ଜଣାଉଛନ୍ତି ବାପା ମାଆ । ସୋସିଆଲ ମିଡିଆଠୁ ନେଇ ସବୁଠି ସେଲିବ୍ରେସନ । ଆଜି କନ୍ୟାରେ ଝିଅକୁ ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଦୁଇ ପରିବାର । ଗୋଟିଏ ପଟେ ଆର୍ମି ମେଜର ସହ ତାଙ୍କ ବାନ୍ଧବୀଙ୍କୁ ଯେଭଳି ଥାନାରେ ନିର୍ଯାତନା ଦିଆଗଲା ସେନେଇ ପୀଡିତା ବାପା ନ୍ୟାୟ ପାଇ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣା ପାଇଁ ନିଲମ୍ବିତ ହୋଇଥିବା ପୋଲିସ ମହିଳା ASIଙ୍କ ମାଆ ମଧ୍ୟ ନ୍ୟାୟ ପାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି । ସାରା ରାଜ୍ୟରେ ନ୍ୟାୟ ପାଇଁ ଏବେ ଗୋଟିଏ ପଟେ ପୋଲିସ ଅନ୍ୟପଟେ ସେନା ରହିଥିବା ବେଳେ ଝିଅ ପାଇଁ ଦୁଇ ପରିବାରର ନ୍ୟାୟ ପାଇ ଲଢେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରକ୍ଷକ ଯଦି ଭକ୍ଷକ ହୁଏ ଆମେ କୁଆଡେ ଯାଉଛେ...

ଏନେଇ ଭରତପୁର ଥାନାରେ ନିର୍ଯାତନାର ପୀଡିତାଙ୍କ ବାପା କହିଛନ୍ତି, ‘ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆସିଥିଲେ ଦେଖାକରି ଗଲେ। ସିଏ ଆଶ୍ବସନା ଦେଇଛନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଷ୍ଟେପ ୧ ତାଙ୍କୁ ନିଲମ୍ବିତ କରାଯାଇଛି । ଯେପରି ଜଘନ୍ୟ ଅପରାଧ କରିଛନ୍ତି । ଯିଏ‌ ନିଜେ ଥାନାରେ ଦାୟିତ୍ବରେ ରହିକି ଲୋକଙ୍କୁ ସାହାଯ୍ୟ କରିବା କଥା। ଯଦି ସିଏ ରକ୍ଷକ ହୋଇକି ଭକ୍ଷକ ହେବ। ଆମେ କୁଆଡେ ଯାଉଛେ ଆମ ରାଜ୍ୟ କୁଆଡେ ଯାଉଛି। ମୁଁ ସରକାରଙ୍କୁ ହାତଯୋଡି ଅନୁରୋଧ କରିବି ଏମାନଙ୍କୁ ସର୍ଭିସକୁ ଟର୍ମିନେସନ କରନ୍ତୁ । ମତେ ଲାଗୁଛି କ୍ରାଇମବ୍ରାଞ୍ଚ ଠିକ କାମ କରିବେ। ଯଦି ଲାଗିବ ଠିକ କାମ କରୁନାହାନ୍ତି ତେବେ ଆମେ ସିବିଆଇ ଓ ନ୍ୟାୟିକ ତଦନ୍ତ ଦାବି କରିବୁ । ଏପରିକି ସେ କହିଛନ୍ତି । ମୋ ଝିଅ ଜଣେ ଆଇନଜୀବୀ ସେ ଭଲ କୁକ୍‌ ମଧ୍ୟ । ସେ ଅନେକ ମାଷ୍ଟର ସେଫ ଜିତିଛନ୍ତି । ଗୋଟେ ଷ୍ଟାର୍ଟଅପ ତିଆରି କଲେ । ରେସ୍ତୋରାଁ ତିଆରି କରିଛନ୍ତି। କିନ୍ତୁ ପୋଲିସ ବାଲା ଏବେ ହଇରାଣ କରୁଛନ୍ତି। ମୁଁ ପୋଲିସଙ୍କୁ ଅନୁରୋଧ କରୁଛି ଯିଏ ଷ୍ଟାଟଅପ୍‌ କରିଛି ତାକୁ ହଇରାଣ କରନ୍ତୁନି । ତାହା ଚାଲୁ ।’

ଝିଅକୁ ଦେଖିବାକୁ ଆକୁଳ ନିବେଦନ କଲେ ନିଲମ୍ବିତ ଏଏସଆଇଙ୍କ ମାଆ:

ଆଜି ନିଲମ୍ବିତ ହୋଇଥିବା ମହିଳା ଏଏସଆଇ(ASI) ସଲିଳମୟୀ ସାହୁଙ୍କର ମାଆ ମଧ୍ୟ ପୋଲିସ କମିଶନର ଅଫିସ ଆସି ପରିବାର ସହ ଭେଟିଛନ୍ତି । ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି, ‘ଝିଅକୁ ଦେଖୁନି । ମୁଁ ରୋଗିଣା ଲୋକ। ଡାଇବେଟିସ କି ବିପି ବେଶୀ ବଢିଯାଉଛି ମୋର ଝିଅ ଚିନ୍ତାରେ। ମୋର ନ୍ୟାୟ ଦରକାର ଏହି ସବୁ ଜିନିଷ ହୋଇଛି । ମୁଁ ତ ବୁଢି ମଣିଷ ମୁଁ ତ ଏସବୁ ଜାଣିନି। ସେ ଝିଅ ମାରଧର ବହୁତ କରିଛି ସେ ଝିଅକୁ ଦଣ୍ଡ ନାହିଁ ଆମ ଝିଅକୁ ଖାଲି ଦଣ୍ଡ। ମୋ ଝିଅ ଦରକାର ମୋ ଝିଅକୁ ଦେଖିବାକୁ ଚାହୁଁଛି ମୋ ଝିଅ କେଉଁଠି ଅଛି ଜାଣିପାରୁନି ଦେଖିପାରୁନି ଫୋନ ବି ନାହିଁ । ମୁଁ କଣ କହିପାରିବି ସେ କଥା କଣ ହେଇଛି। ମୋର ନ୍ୟାୟ ଦରକାର ମୋ ଝିଅ ଏତେ ସରଳ ଯେ ଏତେ ଦିନ ହେଲା ରହିଲାନି ।’

ସଲିଳମୟୀ ସାହୁଙ୍କର ମାଆ
ସଲିଳମୟୀ ସାହୁଙ୍କର ମାଆ (ETV Bharat Odisha)

ଥାନାରେ ନାଇଟି ପିନ୍ଧିବାକୁ ନେଇ ଏମିତି କଲେ ତାଙ୍କ ମା’

ସଲିଳମୟୀ ସାହୁଙ୍କର ମାଆ ଆହୁରି କହିଛନ୍ତି, ‘ସଲିଳମୟୀ ଭରତପୁର ଥାନାରେ ବର୍ଷେ ହେବ ଅଛନ୍ତି । ନାଇଟ ସିଏ କେବେ ପିନ୍ଧେନି କି ଭଲ ଲାଗେନି। ତାର କଣ ଦୋଷ ଥିଲା ତାକୁ ନିଲମ୍ବିତ କଲେ ସେ କଥା ମୁଁ ନ୍ୟାୟ ମାଗିବାକୁ ଆସିଛି।’

କାହାରିକୁ ଛଡା ଯିବନି କହିଲେ ଉପମୁଖ୍ୟମନ୍ତ୍ରୀ:

କାହାରିକୁ ଛଡା ଯିବନି କହିଲେ ଉପମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହି ଘଟଣାରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି,"ସେ ମହିଳାଙ୍କୁ ମୁଁ ଭେଟିଛି, ସେ ମହିଳା ମୋତେ ଯେଉଁ କଥା କହିଛନ୍ତି ବ୍ୟକ୍ତିଗତ ଭାବେ ସେକଥା ମୁଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛି। ସେ କଥା ଉପରେ ସେଦିନ ଡ୍ୟୁଟିରେ ଥିବା ୫ ପୋଲିସ ଅଫିସର(୩ ମହିଳା ଓ ୨ ପୁରୁଷ ପୋଲିସ)ଙ୍କୁ ସରକାର ସସପେଣ୍ଡ କରିଛନ୍ତି ଏବଂ ଇଏ କେଶକୁ ଦେଖିବା ପାଇଁ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ମୁଁ ଭାବୁଛି ବହୁତ ଜଲଦି କ୍ରାଇମବ୍ରାଞ୍ଚର ରିପୋର୍ଟ ଆସିବ ଓ ସରକାରର ଜିରୋ ଟଲେରାନ୍ସ,ପ୍ରତିବଦ୍ଧତା କାରଣରୁ କେହି ବି ବକ୍ସା ଯିବେନି(ଛାଡ଼ ପାଇବେ ନାହିଁ)" ।

ଚାଲିଛି ନ୍ୟାୟ ପାଇଁ ଲଢେଇ:

ସିପି ଅଫିସରେ ଆଲୋଚନା
ସିପି ଅଫିସରେ ଆଲୋଚନା (ETV Bharat Odisha)

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣାକୁ ନେଇ ସାରା ଦେଶରେ ବଦନାମ ମୁଣ୍ଡାଇଛି କମିଶନରେଟ ପୋଲିସ । ଏହାରି ଭିତରେ ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ଓ ଅବସରପ୍ରାପ୍ତ ଆର୍ମି ଅଫିସର । ଅନ୍ୟପଟେ ନିଲମ୍ବିତ ହୋଇଥିବା ପୋଲିସର ପରିବାର ମଧ୍ୟ ନ୍ୟାୟ ପାଇ ରାଜରାସ୍ତାକୁ ଆସିଛି । ଏପରିକି ଅନେକ ସଂଗଠନ ମଧ୍ୟ ପୋଲିସ ସପକ୍ଷରେ ଆସି ସେମାନଙ୍କ ପାଇଁ କିଏ ଠିଆ ହେବ କହି ଗୋଟିଏ ପରେ ଗୋଟିଏ ସଂଗଠନ ସିପି ଅଫିସ ଆଗରେ ଆସି ବସିଛନ୍ତି।

ଏହା ମଧ୍ୟ ପଢନ୍ତୁ:

ଭରତପୁର ଥାନା କାଣ୍ଡ;ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ, ବିଜେପି କହିଲା ତିଳକୁ ତାଳ କରୁଛନ୍ତି

ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ‘ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ’

ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି

ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ

ରୋଡ ରୋମିଓଙ୍କୁ ଧରିଲା ପୋଲିସ, ନମ୍ବର ପ୍ଲେଟରେ କାଦୁଅ ବୋଳି ବୁଲୁଥିଲେ

ଇଟିଭି ଭାରତ, ଭୁବନେଶ୍ବର ଓ କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.