ETV Bharat / state

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

author img

By ETV Bharat Odisha Team

Published : 2 hours ago

Ratna Bhandar Technical Survey: ସରିଲା ବହୁ ପ୍ରତିକ୍ଷିତ GPR ସର୍ଭେ । ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି ନା ନାହିଁ, ସେନେଇ ଖୁବଶୀଘ୍ର ଜଣାପଡ଼ିବ ସତ । ତିନି ଦିନ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଦୁଇଦିନରେ ଶେଷ ହୋଇଛି । ସର୍ଭେ ପରେ କ'ଣ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବୈଜ୍ଞାନିକ ଜାଣନ୍ତୁ ।

GPR Survey
GPR Survey (ETV Bharat Odisha)

ପୁରୀ: ସରିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଜିପିଆର ସର୍ଭେ । ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଥିବା ନେଇ ସ୍ପଷ୍ଟ ତଥ୍ୟ ଜଣାପଡ଼ିନାହିଁ । ରିପୋର୍ଟକୁ ଏବେ ସମସ୍ତଙ୍କ ଅପେକ୍ଷା । ତେବେ ଜିପିଆର ସର୍ଭେ ପାଇଁ ତିନି ଦିନ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଦୁଇଦିନରେ ଶେଷ ହୋଇଛି । ଜିପିଆର ସର୍ଭେରୁ ଆସିଥିବା ତଥ୍ୟକୁ ଏନଜିଆରଆଇର ବୈଜ୍ଞାନିକ ଅନୁଶୀଳନ କରିବା ପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ । ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ଦିଆଯିବ । ତେବେ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଏଥିସହିତ ରତ୍ନ ଅଳଙ୍କାରର ଗଣତି ମଣତି ମଧ୍ୟ କରାଯିବ ।

NGRIର ବୈଜ୍ଞାନିକ ଆନନ୍ଦ ପାଣ୍ଡେଙ୍କ ପ୍ରତିକ୍ରିୟା:

ରତ୍ନଭଣ୍ଡାର GPR ସର୍ଭେ ଶେଷ (ETV Bharat Odisha)
NGRIର ବୈଜ୍ଞାନିକ ଆନନ୍ଦ ପାଣ୍ଡେ କହିଛନ୍ତି, "ଶ୍ରୀମନ୍ଦିର‌ ରତ୍ନଭଣ୍ଡାରର GPR ସର୍ଭେ ସରିଛି । ହାଇଦ୍ରାବାଦର ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହାୟତାରେ ରତ୍ନଭଣ୍ଡାରର ହେଲା ଜିପିଆର ସର୍ଭେ । ଗତକାଲି (୨୧) ତାରିଖରୁ ଆରମ୍ଭ ହୋଇଥିବା ଜିପିଆର ସର୍ଭେ କାର୍ଯ୍ୟ ଦୁଇ ଦିନରେ ଶେଷ ହୋଇଛି । ଏହି ସର୍ଭେ ପାଇଁ ତିନି ଦିନ ସମୟ ଧାର୍ଯ୍ୟ ହୋଇଥିଲା । ୩ଟି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି । ଉଭୟ ଭିତର ଓ ବାହାର ପଟ ମଧ୍ୟ ଏହି ରାଡାର ସର୍ଭେ କାର୍ଯ୍ୟ କରାଯାଇଥିଲା । ଜିପିଆର ସର୍ଭେରୁ ମିଳିଥିବା ଡାଟାକୁ ଅନୁଶୀଳନ କରିଯିବ। ମିଳିଥିବା ଡାଟାକୁ ସଫ୍ଟୱେର ସାହାଯ୍ୟରେ ଏହାର ଚିତ୍ର ସଂଗ୍ରହ କରାଯିବ । ସେହି ଚିତ୍ରକୁ ଅନୁଶୀଳନ କରାଯିବା ପରେ ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ, ଗୁପ୍ତ କୋଠରୀ ଏବଂ ଆଉ ଧନ ରତ୍ନ ଅଛି କି ନାହିଁ ତାହା ଜଣାପଡିବ । ଏବେ କହିବା ସମ୍ଭବପର ନୁହେଁ ।"

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା:

GPR Survey (ETV Bharat Odisha)
"NGRI ପକ୍ଷରୁ ଜିପିଆର ସର୍ଭେ ରିପୋର୍ଟ ଆସିବା ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ । ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏଏସଆଇ କରିବ । ଏହାପରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇ ରତ୍ନଭଣ୍ଡାର ଭିତରେ ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଗତକାଲି ଠାରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ଆରମ୍ଭ ହୋଇଥିବାବେଳେ ମହାପ୍ରଭୁଙ୍କ ନୀତି କାନ୍ତିରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା । ଦିନ ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଜିପିଆର ସର୍ଭେ ପାଇଁ ସ୍ବତନ୍ତ୍ର ଟିମ୍ ରତ୍ନଭଣ୍ଡାର ଭିତରେ ପ୍ରବେଶ କରି ସର୍ଭେ କାର୍ଯ୍ୟ କରିବା ପାଇଁ ସମୟ ଅବଧି ଧାର୍ଯ୍ୟ କରାଯାଇଥିବା ବେଳେ ଏହି ସମୟରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ଦର୍ଶନାର୍ଥୀମାନେ ସବୁଦିନ ଭଳି ମହାପ୍ରଭୁଙ୍କୁ ଆସି ଦର୍ଶନ କରିପାରିବେ । ଆଉ କୌଣସି କଟକଣା ଭକ୍ତଙ୍କ ପାଇଁ ରହିବ ନାହିଁ । ମହାପ୍ରଭୁଙ୍କ କୃପାରୁ ଜିପିଆର ସର୍ଭେ କାର୍ଯ୍ୟ ଭଲରେ ଶେଷ ହୋଇଛି । ଏହି କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଉଛି" ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
GPR Graph
GPR Graph (Environmental Protection Agency)

ଏହା ବି ପଢନ୍ତୁ...ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷ ପାଇଁ ଅନୁମୋଦନ ହେଲା 413 କୋଟି - SRIMANDIR MANAGEMENT COMMITTEE

ଏହା ବି ପଢନ୍ତୁ...ଅଳଙ୍କାର ସ୍ଥାନାନ୍ତର ପରେ ବି ଯାଞ୍ଚ ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର; ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବ, ସାଧାରଣରେ ତୀବ୍ର ଅସନ୍ତୋଷ - Ratna Bhandar Ornaments Counting

ଏହା ବି ପଢନ୍ତୁ...କେବେ ହେବ ରତ୍ନ ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ - Ratna Bhandar Ornaments Counting

ଏହା ବି ପଢନ୍ତୁ...ଖୋଲାଯାଇ ପୁଣି ସିଲ୍‌ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି - Ratna Bhanadar opens

GPR ସର୍ଭେ ରିପୋର୍ଟକୁ ଅପେକ୍ଷା:

GPR Survey
GPR Survey (ETV Bharat Odisha)
ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ସେବାୟତମାନେ କହିବା ପରେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ରତ୍ନଭଣ୍ଡାରର ଜିପିଆର ସର୍ଭେ ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଜିପିଆର ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ ସେହି ରିପୋର୍ଟକୁ ଏବେ ସମସ୍ତଙ୍କର ଅପେକ୍ଷା ରହିଛି। ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.