thumbnail

Exclusive Interview: ଗଣତନ୍ତ୍ରର ବ୍ୟବସାୟୀକରଣ ହୋଇଛି, ଦେଶକୁ ବାଣ୍ଟିବାକୁ ଉଦ୍ୟମ ହେଉଛି

By

Published : May 19, 2022, 7:46 PM IST

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବଡ ବୟାନ । ଗଣତନ୍ତ୍ରର ବ୍ୟବସାୟୀକରଣ ହୋଇଛି । ଜାତିଧର୍ମ ନାଁରେ ଦେଶକୁ ଭାଗଭାଗ କରିବାକୁ ଉଦ୍ୟମ କରାଯାଉଛି । ଦେଶର ସମ୍ବିଧାନ, ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ସୁରକ୍ଷିତ ରଖିବାକୁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ । ରାଜସ୍ଥାନ ଉଦୟପୁରରେ ନିକଟରେ ସରିଥିବା କଂଗ୍ରେସର ଚିନ୍ତନ ଶିବିରରେ ଏ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଛି । ନିରଞ୍ଜନ କହିଛନ୍ତି କଂଗ୍ରେସର ଜନ୍ମ ଆନ୍ଦୋଳନରୁ, ଦେଶରେ ଗଣତନ୍ତ୍ରର ଯେଉଁଭଳି ଅବସ୍ଥା ହୋଇଛି, ସେଥିପାଇଁ ଅକ୍ଟୋବର 2ରୁ କଂଗ୍ରେସ ଆରମ୍ଭ କରୁଛି ଭାରତ ଯୋଡ ଆନ୍ଦୋଳନ । କଂଗ୍ରେସ ଚିନ୍ତନ ଶିବିର ଦେଶର ସାମ୍ବିଧାନିକ ମୂଲ୍ୟବୋଧ, ଗଣତନ୍ତ୍ର ବିଚାର ଧାରା ଉପରେ ପର୍ଯ୍ୟବେଶିତ ଥିଲା। ଏହା ସହ ଦଳର ତୃଣମୂଳ ସ୍ତରରୁ, ଶୀର୍ଷ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟଧାରରେ ପରିବର୍ତ୍ତନ ପାଇଁ ଚିନ୍ତନ ଶିବିରରେ ଆଲୋଚନା ହୋଇଛି । ଏପଟେ କେନ୍ଦ୍ର ବିଜେପି ସରକାର ଉପରେ ମଧ୍ୟ ବର୍ଷିଛନ୍ତି ନିରଞ୍ଜନ । କେନ୍ଦ୍ର ସରକାରର କାର୍ଯ୍ୟ ଶୈଳୀ ଦେଶକୁ ଧର୍ମ, ଜାତି ନାଁରେ ଭାଗ ଭାଗ କରିବା । ଆଜିର ଦିନରେ ଗରିବ ଆହୁରି ଗରିବ ହେଉଛନ୍ତି, ଧନି ଅଧିକ ଧନି ହେଉଛନ୍ତି। ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିରଞ୍ଜନ ଆହୁରି କ’ଣ କହୁଛନ୍ତି ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.