ମହାନଦୀ ମୁହାଣରେ ଡଲଫିନ - ମହାନଦୀ ମୁହାଣରେ ଡ଼ଲଫିନ
🎬 Watch Now: Feature Video
ପାରାଦ୍ୱୀପ: ମହାନଦୀ ମୁହାଣରେ ବିଭିନ୍ନ ପ୍ରଜାତିର ଡ଼ଲଫିନ ଜଳକ୍ରୀଡା କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ମାଛବଂଶ ବୃଦ୍ଧି ପାଇଁ ବର୍ତ୍ତମାନ ଦୁଇ ମାସ ପର୍ଯ୍ୟନ୍ତ ମାଛମରା ଉପରେ କଟକଣା ଲାଗିଥିବାରୁ ମହାନଦୀ ମୁହାଣର ପରିବେଶ ଶାନ୍ତ ରହିଛି । ଫଳରେ ସମୁଦ୍ର ମଧ୍ୟରେ ଥିବା ବିରଳ ପ୍ରଜାତିର ଡ଼ଲଫିନ ମହାନଦୀ ମୁହାଣର ସ୍ଥିରପାଣିକୁ ଆସି ଜଳକ୍ରୀଡା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁ ନ ଥିବାବେଳେ ମହାନଦୀ ମୁହାଣ ଶାନ୍ତଥିବାରୁ ଡ଼ଲଫିନ ସମୁଦ୍ର ଭିତରୁ ଆସି ପାରିଥାନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ