Cyclone Asani: ଗୋପାଳପୁର ବେଳାଭୂମିରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, ଦେଖନ୍ତୁ କେମିତି ରହିଛି ଦୃଶ୍ୟ - ଗୋପାଳପୁର ସମୁଦ୍ର ବେଳାଭୂମିର ଦୃଶ୍ୟ

🎬 Watch Now: Feature Video

thumbnail

By

Published : May 10, 2022, 4:46 PM IST

ବ୍ରହ୍ମପୁର: ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମିକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କ କରାଯାଇଛି । ସେପଟେ ଗୋପାଳପୁର ବେଳାଭୂମିରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ନେଇ ସତର୍କ ଦୃଷ୍ଟି ରଖାଯାଇଛି । ଏପରିକି ସମୁଦ୍ରରେ ସ୍ନାନ କରିବା ଉପରେ ବାରଣ କରାଯାଇଛି । ବାତ୍ୟାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାବେଳେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଗୋପାଳପୁର ବେଳାଭୂମିରେ କିଭଳି ରହିଛି ଦୃଶ୍ୟ, ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.