ଶ୍ରାବଣ ସୋମବାର: ମହାଦେବଙ୍କୁ ଜଳଲାଗି କଲେ ହଜାର ହାଜର କାଉଡ଼ିଆ

By

Published : Aug 1, 2022, 3:46 PM IST

thumbnail
ନବରଙ୍ଗପୁର: ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଳକ ସଦର ମହକୁମାର ଶହଶହ ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ କୋଷାଗୁମୁଡା ସ୍ଥିତ ଟଙ୍କେଶ୍ୱର ଶୈବ ପୀଠରେ ଜଳଲାଗି କରିଛନ୍ତି ।ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଧନସୁଲି ନଦୀ ଘାଟରୁ ଜଳ ଭାର ଧରି ବୋଲବୋମ ପଦଯାତ୍ରା କରି ପ୍ରଭୁ ଶିବଙ୍କୁ ଦର୍ଶନ କରିଥିଲେ । ଶ୍ରାବଣ ସୋମବାର ଉପଲକ୍ଷେ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ନୀଳକଣ୍ଠେଶ୍ଵର, ଗର୍ବରାଇ ଶୈବ ପୀଠ ଓ ଡାବୁଗାଁ ସ୍ଥିତ ପ୍ରସିଦ୍ଧ କେଲିଆ, ଛଟାହାଣ୍ଡି, ଭତରା ସିଉନି ଭଳି ଅନେକ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଦୀର୍ଘ ଦୁଇ ବର୍ଷପରେ ଭଗବାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ଖୁସିବ୍ୟକ୍ତ କରିଛନ୍ତି । ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.