ଆଜି ହେରାପଞ୍ଚମୀ: ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ

By

Published : Jul 5, 2022, 3:39 PM IST

Updated : Jul 5, 2022, 4:28 PM IST

thumbnail
ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ନନ୍ଦିଘୋଷ ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ । ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ । ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନ ଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ଶୁଝାଇବେ । ପରେ ରାଗରେ ଜର୍ଜରିତ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ । ଏହି ପବିତ୍ର ଦିବସରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଛି । ଆଜି ପୁରୀରେ ଲଗାଣ ବର୍ଷା ସତ୍ତ୍ବେ ଏହାକୁ ଖାତିର ନ କରି ଭକ୍ତମାନେ ପୁରୀ ଆସି ଗୁଣ୍ଡିଚା ମନ୍ଦିର ନିକଟରେ କାଳିଆ ସାଆନ୍ତେଙ୍କ ଦର୍ଶନ କରୁଛନ୍ତି ଓ ଆଡ଼ପ ଅବଢ଼ା ପାଇ ବେଶ୍ ତୃପ୍ତ ହୋଇଛନ୍ତି । କିନ୍ତୁ ବର୍ଷା ଯୋଗୁଁ ଯାତାୟାତରେ ସାମାନ୍ୟ ସମସ୍ୟା ହେଉଛି । ଇଟିଭି ଭାରତ, ପୁରୀ
Last Updated : Jul 5, 2022, 4:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.