ଚାଲିଛି ଦଣ୍ଡ ପରମ୍ପରା, ଗାଁ ଗାଁରେ ଭକ୍ତିମୟ ପରିବେଶ - ଚାଲିଛି ଦଣ୍ଡ ପରମ୍ପରା
🎬 Watch Now: Feature Video
ନୟାଗଡ଼: ଗାଁ ଗାଁରେ ଭକ୍ତିମୟ ପରିବେଶ । ପାରମ୍ପରିକ ନୃତ୍ୟ ଏବଂ ବାଜାରେ ପ୍ରକମ୍ପିତ ହେଉଛି ଗାଁ ଗଣ୍ଡା । ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । କେଉଁଠି ମା' କାଳୀଙ୍କୁ ପୂଜା କରାଯାଉଥିବା ଆଉ କେଉଁଠି ଶିବଙ୍କୁ ପୂଜା କରାଯାଉଛି । ଏହି ପରମ୍ପରା ଆଉ ଗୋଟିଏ ଦିନ ପରେ ଚଳିତ ବର୍ଷ ପାଇଁ ବନ୍ଦ ହେବ । ଆସନ୍ତାକାଲି ଦଣ୍ଡ ପରମ୍ପରା ଶେଷ ହେବା ପୂର୍ବରୁ ବିଶେଷ ଭାବେ ଆଜି ଠାକୁରଙ୍କ ପୋଖରୀରେ ସ୍ନାନ କରାଯାଇଛି । ଉପବାସ ରଖୁଥିବା ଭକ୍ତ ଭୋଗ ପାଇଁ ଉପବାସ କରିଥାନ୍ତି ।