ମୁଖ୍ୟମନ୍ତ୍ରୀଙ୍କ ଯୋଜନା ପାଇଁ ସୁସ୍ଥ ଛୁଆ ଜନ୍ମ ହେଉଛନ୍ତି, ପୂର୍ବରୁ ନଥିବାରୁ ମୋ ନାକ ଚେପା: ଡାବୁଗାଁ ବିଧାୟକ - ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନବୀନ ପଟ୍ଟନାୟକ ଉପରେ ଭାଷଣ

🎬 Watch Now: Feature Video

thumbnail

By

Published : Jun 4, 2022, 5:36 PM IST

ନବରଙ୍ଗପୁର: ଜଣେ କ୍ଷମତାସୀନ ବିଧାୟକଙ୍କ ଭାଷଣ ଶୁଣିଲେ ଲାଗେ, ଆଜି ବି ଆମେ ରାଜାରାଜୁଡା ଶାସନାଧିନ ସମୟରେ ବାସ କରୁଛୁ । ନବରଙ୍ଗପୁରର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏପରି ଏକ ବୟାନ ଦେଇଛନ୍ତି, ଯାହା ଗଣତନ୍ତ୍ର ପଦ୍ଧତି ଦ୍ବାରା ଆବଦ୍ଧ ମୁଖ୍ୟମନ୍ତ୍ରୀଙ୍କୁ ରାଜା ଭଳି ମହିମା ମଣ୍ଡିତ କରୁଥିବା ବେଳେ ସମସ୍ତ ମା’ ମାନଙ୍କୁ ଅପମାନିତ ପରି ମନେହୁଏ । ଏକ ଜନସଭାରେ ସେ କହିଛନ୍ତି, ଯଦି ସେ ଜନ୍ମ ହେବା ବେଳକୁ ନବୀନ ପଟ୍ଟନାୟକଙ୍କ ପରି ଜଣେ ସିଏମ ପାଇଥା’ନ୍ତେ ତେବେ ତାଙ୍କ ନାକ ଏତେ ଚେପଟା ହୋଇନଥାନ୍ତା ଆଉ ତାଙ୍କ ଦେହର ରଙ୍ଗ ମଧ୍ୟ ଏତେ କଳା ନହୋଇ ଗୋରା ହୋଇଥାନ୍ତା । କାରଣ ମୁଖ୍ୟମନ୍ତ୍ରୀ, ଗର୍ଭବତୀ ମହିଳା ମାନଙ୍କ ପାଇଁ କରିଥିବା ଯୋଜନାର ଲାଭ ତାଙ୍କ ମା’ ସେହି ସମୟରେ ପାଇପାରନ୍ତେ ଏବଂ ସେ ହୃଷ୍ଟପୃଷ୍ଟ ହୋଇ ଜନ୍ମ ହୋଇଥାନ୍ତେ । ଜଣେ ବିଧାୟକ ନିଜ ମୁଖିଆଙ୍କ ଚାଟୁକାରିତାରେ ଏତେ ବ୍ୟସ୍ତ ହୋଇଗଲେ ଯେ, ନିଜ ମା’କୁ ମଧ୍ୟ ଅପମାନିତ କରିବାକୁ ପଛାଇଲେ ନାହିଁ । କାରଣ ଯେଉଁ ମାଙ୍କ ଜଠରୁ ସେ ଜନ୍ମ ନେଇଛନ୍ତି ତାହା କଣ ଏତେ ଅସୁନ୍ଦର ଯାହା ସରକାରରୀ ଯୋଜନାରେ ମିଳୁଥିବା ଛତୁଆ ଏବଂ ଅଣ୍ଡା ଦ୍ବାରା ସୁନ୍ଦର ହୋଇଯାଆନ୍ତା ବୋଲି ପ୍ରଶ୍ନ ଉଠିଛି । ତାଙ୍କ ମତରେ ସରକାରଙ୍କ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ୫୦୦୦ ଟଙ୍କା ପାଇଁ ଆଜିକାଲି ରାଜା ଭଳିଆ ଛୁଆ ଜନ୍ମ ହେଉଛନ୍ତି । ଆଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ମନୋହର ରନ୍ଧାରୀ କୋଟି କୋଟି ଧନ୍ୟବାଦ ଦେଇଛନ୍ତି । ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.