Cyclone Alert: କେଉଁଠି ସ୍ଥଳ ଭାଗ ଛୁଇଁବ ବାତ୍ୟା ? - କେଉଁଠି ସ୍ଥଳ ଭାଗ ଛୁଇଁବ ବାତ୍ୟା
🎬 Watch Now: Feature Video
ଭୁବନେଶ୍ବର: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୭ ତାରିଖରେ ଅବପାତରେ ପରିଣତ ହେବ । ବର୍ତ୍ତମାନ ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଯାହାର ଟ୍ରାକ (ଗତିପଥ) ସ୍ପଷ୍ଟ ହୋଇଛି । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏନେଇ ଅଧିକ ସୂଚନା ଦେଇଛନ୍ତି ଭୁବନେଶ୍ବରରୁ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ