ବର୍ଷାରେ ନବନିର୍ମିତ ପୋଲରେ ଘାଇ, ଯାତାୟତ ଠପ
🎬 Watch Now: Feature Video
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ଆମପାଣିରୁ ନୂଆପଡା ଜିଲ୍ଲାକୁ ସଂଯୋଗ କରିଥିବା ଘଣ୍ଟିଗୁଡ଼ାଠାରେ ଥିବା ବିଜୁ ଏକ୍ସପ୍ରେସ ୱେ ପୋଲରେ ଘାଇ ସୃଷ୍ଟି ହେବାରୁ ଯାତାୟତ ଠପ ହୋଇଛି । ଅସରାଏ ବର୍ଷାରେ ନୂତନ ଭାବେ ନିର୍ମାଣ ହୋଇଥିବା ପୋଲରେ କିଭଳି ଘାଇ ସୃଷ୍ଟି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପୂର୍ତ୍ତ ବିଭାଗ କର୍ମଚାରୀ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ଇଟିଭି ଭାରତ, କଳାହାଣ୍ଡି