thumbnail

By

Published : May 3, 2021, 10:07 PM IST

ETV Bharat / Videos

ଅମାନିଆଙ୍କୁ ସଚେତନ କରୁଛି କୁନି ଡାକ୍ତର ସାରା

ଭୁବନେଶ୍ବର: ଦେହରେ ଡାକ୍ତର ପୋଷାକ । କାନ୍ଧରେ ଷ୍ଟେଥୋ । ସାଜିଛି ସେ ଡାକ୍ତର । ନାଁ ତାର ସାରା, ବୟସ ମାତ୍ର ୪ ବର୍ଷ । କିନ୍ତୁ ତାହାର କାର୍ଯ୍ୟ ମହାନ । କୁନି ଝିଅ ସାରା ଅମାନିଆଙ୍କୁ କରୁଛି ସଚେତନ । ଆଉ ବାଣ୍ଟୁଛି ସଚେତନତାର ବାର୍ତ୍ତା । ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଯାଜପୁର ରୋଡ଼ରେ ରହୁଥିବା ଅଧ୍ୟାପକ ମାନସ ରଞ୍ଜନ ମହାନ୍ତିଙ୍କ ଝିଅ ସାରା । ବାପା ମାନସ ଓ ମା' ରଶ୍ମିତା ମହାନ୍ତିଙ୍କ ସହ ରହୁଥିବା ସାରା ଗତ ଦେଢ଼ ବର୍ଷ ହେଲା ଘରଠୁ ଦୂରକୁ ଯାଇନି । ଟିଭି, ପରିବାର ଲୋକ ଓ ପାଖ ପଡ଼ୋଶୀଙ୍କଠୁ କୋରୋନା କଥା ଶୁଣି ଅନ୍ୟଙ୍କୁ ସଚେତନ କରୁଛି । ଖେଳନା ଷ୍ଟେଥୋ ବେକରେ ପକାଇ ଡାକ୍ତରଙ୍କ ଅଭିନୟ କରି ଲୋକଙ୍କୁ କରୁଛି ସଚେତନ । ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ସହ ଥର୍ମୋମିଟର ଓ ଅକ୍ସିମିଟରର ବ୍ୟବହାର ଶିଖାଉଛି କୁନି ଝିଅ ସାରା । ଘରୁ ବାହାରକୁ ନବାହାରିବା ଲାଗି ମଧ୍ୟ ଅନୁରୋଧ କରିଛି ସାରା । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.