thumbnail

କଟକରେ କଂଗ୍ରେସର ଜେଲ ଭରୋ ଆନ୍ଦୋଳନ, ପୋଲିସ ସହ ଧସ୍ତାଧସ୍ତି

By

Published : Aug 5, 2022, 10:45 PM IST

କଟକ: ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜାତୀୟ କଂଗ୍ରେସର ଆହ୍ବାନ କ୍ରମେ ସାରା ଦେଶରେ ଆଜି(ଶୁକ୍ରବାର) ଏହି ଜେଲ ଭରୋ ଆନ୍ଦୋଳନ କରାଯାଇଛି । ବାରବାଟି ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ସହ ମୁଢି, ଗୁଡ଼, ଖଇ ଆଦିରେ ଜିଏସଟି ଲାଗୁ କରି ସାଧାରଣ ଜନତାଙ୍କୁ ସରକାର ଲୁଟୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଅନ୍ୟ ପଟରେ ସରକାର ଦରବୃଦ୍ଧିରେ ନିୟନ୍ତ୍ରଣ କରି ନପାରି ବିରୋଧୀ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି ଲଗାଇ ରାଗ ଶୁଝାଉଛନ୍ତି ବୋଲି କଂଗ୍ରେସ ନେତା ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି । ତେବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.