Save Soil: ଦଶମ ଛାତ୍ରଙ୍କ ମୃତ୍ତିକା ସଂରକ୍ଷଣ ଚିନ୍ତା, 25 ହଜାର କିଲୋମିଟର କରିବେ ସାଇକେଲ ଯାତ୍ରା - ଦଶମ ଛାତ୍ରଙ୍କ ମୃତ୍ତିକା ସଂରକ୍ଷଣ ଚିନ୍ତା

🎬 Watch Now: Feature Video

thumbnail

By

Published : May 21, 2022, 2:16 PM IST

ବାଲେଶ୍ବର: ସମଗ୍ର ଜୀବ ଜଗତ ଓ ପରିବେଶ ପାଇଁ ମୃତ୍ତିକା ପ୍ରକୃତିର ଏକ ବରଦାନ ସଦୃଶ। ସୁସ୍ଥ ପରିବେଶ ଓ ସନ୍ତୁଳନ ରକ୍ଷା ପାଇଁ ମୃତ୍ତିକା ଅବକ୍ଷୟ ରୋକିବା ସହ ଏହାର ସଂରକ୍ଷଣ ନିହାତି ଆବଶ୍ୟକ ଅଟେ । ତେବେ ଏହାକୁ କିଛି ମାତ୍ରାରେ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି କୋଲକାତାର ଜଣେ ଦଶମ ଶ୍ରେଣୀର ଛାତ୍ର । ଦଶମ ଶ୍ରେଣୀର ଛାତ୍ର ସାହିଲ ଝା କୋଲକାତାରୁ ସାଇକେଲ ଯୋଗେ ବାହାରି ଦେଓଗଡ଼, ରାଞ୍ଚି, ବାଳେଶ୍ବର ହୋଇ ପୁରୀ ଓ ପରେ ହାଇଦ୍ରାବାଦ ଯାଇ ମୋଟ 25 ହଜାର କିଲୋମିଟର ଯାତ୍ରା କରିବାର ଲକ୍ଷ୍ୟ ରଖିଛନ୍ତି। ଆଜିର ଦିନରେ ବିଭିନ୍ନ ରସାୟନିକ ପ୍ରୟୋଗ ଦ୍ୱାରା ମୃତ୍ତିକା ଅବକ୍ଷୟ ହେବାରେ ଲାଗିଛି। ଯାହାଦ୍ୱାରା ମୃତ୍ତିକାରୁ ମିଳୁଥିବା ଖାଦ୍ୟ ଶସ୍ୟ ବିଷାକ୍ତ ହେଉଛି। ଏହାକୁ ରୋକା ନଗଲେ ଆଗାମୀ ପିଢ଼ି ଅନେକ ରୋଗ ଯନ୍ତ୍ରଣା ଭୋଗିବାର ସମ୍ଭାବନା ରହିଛି। ଏଥିପାଇଁ ସାହିଲ ସାଇକେଲରେ ବୁଲିବୁଲି ସଚେତନ କରାଉଛନ୍ତି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.