Gyanvapi Case: ସାମ୍ନାକୁ ଆସିଲା ସର୍ଭେ ଭିଡିଓ - ଜ୍ଞାନବ୍ୟାପୀ ମସଜିଦ ବିବାଦରେ ସର୍ଭେ ଭିଡିଓ ସାର୍ବଜନୀନ

🎬 Watch Now: Feature Video

thumbnail

By

Published : May 30, 2022, 10:04 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ବାରାଣାସୀ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ବିବାଦରେ କୋର୍ଟରେ ଦାଖଲ ହୋଇଥିବା ଭିଡିଓଗ୍ରାଫୀ ସାମ୍ନାକୁ ଆସିଛି । କିଭଳି ଏହି ସର୍ଭେ ହୋଇଥିଲା ତାହା ସାର୍ବାଜନୀନ କରିବାକୁ ଉଭୟ ପକ୍ଷ ଆବେଦନ କରିଥିଲେ । କୋର୍ଟ ମଧ୍ୟ ଏହି ଆବେଦନକୁ ଗ୍ରହଣ କରି ଭିଡିଓ ସାର୍ବଜନୀନ କରିବାକୁ ଅନୁମତି ଦେଇଥିଲେ । ବର୍ତ୍ତମାନ ଏହି ସର୍ଭେ ଭିଡିଓ ଦେଖିବାକୁ ମିଳିଛି । ବାରାଣାସୀର ଥିବା ଜ୍ଞାନବାପୀ ମସଜିଦ୍‌ ପରିସରରେ ଭିଡିଓଗ୍ରାଫି ଏବଂ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୨୦ରେ ରାଖୀ ସିଂ ଏବଂ ଅନ୍ୟ ୪ଜଣ ମହିଳା ହିନ୍ଦୁ ମହାସଭା ପକ୍ଷରୁ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଏହି ଆବେଦନରେ ଅଞ୍ଜୁମାନ ଇସଲାମିଆ ମସଜିଦ, ବାରାଣାସୀ ପୋଲିସ କମିଶନର, ବାରାଣାସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଉତ୍ତରପ୍ରଦେଶ ସରକାରଙ୍କୁ ବିରୋଧୀ ଦଳ ଭାବେ ସାମିଲ କରାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.