ରଥଖଳା ହାଲଚାଲ: ତିନି ରଥ ଉପରେ ଚାଲିଛି କନା ପକା କାର୍ଯ୍ୟ - କେମିତି ଚାଲିଛି ରଥ ତିଆରି କାର୍ଯ୍ୟ
🎬 Watch Now: Feature Video
ପୁରୀ: ସରିଲା ରଥ ନିର୍ମାଣ କାର୍ଯ୍ୟ । ଦିନକ ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ବଡଠାକୁର । ବର୍ତ୍ତମାନ ତିନି ରଥରେ ଉପରେ ଚାଲିଛି କନା ପକା କାର୍ଯ୍ୟ । ଆସନ୍ତାକାଲି(ଗୁରୁବାର) ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ତିନି ରଥ ରଖାଯିବ । ତିନି ରଥ ଦୁଆର ବେଢ଼ାରେ କନା ପକାଯାଇଛି । ରଥ ଉପରେ ଠେକରା ବାଡ଼ ଓ ସଖୀଙ୍କୁ ସଂଯୋଗ କରାଯାଇଛି । ତିନିରଥ କନକମୁଣ୍ଡିରେ ପିତ୍ତଳ ସାଜ ଲଗାଯାଇଛି ।ପ୍ରଭାଗୁଡ଼ିକରେ ରଙ୍ଗକାର୍ଯ୍ୟ ଶେଷ ହୋଇଛି । ଦରଜୀ ସେବକମାନେ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ, ସାରଥି ପୋଷାକ ପ୍ରସ୍ତୁତ କରୁଛନ୍ତି । ବିଜେ ଚକା ପାଇଁ ବନାରସି ଜରିପକା ଖୋଳ ସମେତ ମହାପ୍ରଭୁଙ୍କ ସିଂହାସନ ପିଠି ପାଇଁ ଅପସର ତକିଆ ପ୍ରସ୍ତୁତ କରାଯାଉଛି । ଚିତ୍ରକାର ସେବକ ରଥ ଅଶ୍ଵ, ସାରଥି ଏବଂ ସଖୀଙ୍କୁ ରଙ୍ଗ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା କଣ୍ଟାକବ୍ଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଇଟିଭି ଭାରତ, ପୁରୀ