ରଥଖଳା ହାଲଚାଲ: ତିନି ରଥ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ

By

Published : Jun 4, 2022, 3:39 PM IST

thumbnail

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଅଧାରୁ ଅଧିକ ରଥ ନିର୍ମାଣ କାର୍ଯ୍ୟ ସରିଥିବା ଜଣାପଡିଛି । ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ସଂଯୋଗ ଆରମ୍ଭ ହୋଇଛି । ପଞ୍ଚ ଦଣ୍ଡା ସହ ତାଳଧ୍ଵଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି । ଦେବଦଳନ ରଥର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵ ଦଣ୍ଡା ନିର୍ମାଣ ଶେଷ ହୋଇଛି । ଦେବଦଳନ ରଥର ଦୁଇଟି ଗରଗରାରୁ ଗୋଟିଏ ଚଉପଟ ଶେଷ ହୋଇଛି । ତିନି ରଥର ୩ଟି ଲେଖାଏଁ ଢମକର ଚଉପଟ ଆରମ୍ଭ ହୋଇଛି । ତାଳଧ୍ଵଜ ରଥର ପଞ୍ଚ ଦଣ୍ଡାରେ ଆଗଆଣି ଓ ପଛଆଣି ମୁହାଣ୍ଟ ସଂଯୋଗ ହୋଇଛି । ପଞ୍ଚଦଣ୍ଡା ମୁହାଣ୍ଟ ସହ ଶକ୍ତ ଭାବେ ସଂଯୋଗ ପାଇଁ ଦଣ୍ଡା ମୁହଁଗୁଡ଼ିକ କଳସା କରାଯାଇଛି । ଏହାବାଦ୍ ଆଉ ଦୁଇଟି ଲେଖାଏଁ ପାର୍ଶ୍ଵ ଦଣ୍ଡା ଶେଷ ହୋଇଛି । ତିନି ରଥର ୯ଟି ଦଣ୍ଡା ଶେଷ ହୋଇଛି । ଦୁଇଟି ଗରଗରା ଚଉପଟ ଜାରି ରହିଥିବାବେଳେ ତିନିଟି ଢମକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଦେବଦଳନ ରଥର ପଞ୍ଚ ଦଣ୍ଡାରେ ଆଗ ଓ ପଛ ମୁହାଣ୍ଟ ସଂଯୋଗ ହେବା ସହ ଆଉ ଦୁଇଟି ପାର୍ଶ୍ଵ ଦଣ୍ଡା ନିର୍ମାଣ ଶେଷ ହୋଇଛି । ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି । ଭୋଇ ସେବକମାନେ ଯୋଗାଇ ଦେଇଥିବା ୩ଟି ଢମକରୁ ଦୁଇଟି ଢମକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ନନ୍ଦିଘୋଷ ରଥର ପଞ୍ଚ ଦଣ୍ଡାରେ ଆଗ ଓ ପଛ ମୁହାଣ୍ଟ ସଂଯୋଗ ପରେ ଆଉ ଦୁଇଟି ପାର୍ଶ୍ଵ ଦଣ୍ଡା ନିର୍ମାଣ ହୋଇଛି । ଦୁଇଟି ଗରଗରା ଚଉପଟ ଜାରି ରହିଛି । ୩ଟି ଢମକର ଚଉପଟ ଆରମ୍ଭ ହୋଇଛି । ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ପରେ ତୀଖ ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦି କମାରଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା, ଗରଗରା କଣ୍ଟା, ଗୟଳ କଣ୍ଟା ନିର୍ମାଣ ଶେଷ ପରେ ଭୂଇଁ, ଯୋଖା, ଚଣାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.