ରଥଖଳା ହାଲଚାଲ୍‌: ନନ୍ଦିଘୋଷ ରଥର ୧୪ଟି ଚକ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ - ରଥଯାତ୍ରା 2022

🎬 Watch Now: Feature Video

thumbnail

By

Published : May 27, 2022, 3:40 PM IST

Updated : May 27, 2022, 4:00 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ତିନି ରଥର ୪୨ ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ରଥର ୩ ଭୂଇଁ ପାଇଁ ଆବଶ୍ୟକ ଭୂଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧକାର୍ଯ୍ୟ ସହ ଖମ୍ବ ନିର୍ମାଣ ଆରମ୍ଭ ହୋଇଛି । ଏଥିସହ ଚାରିନାହାକା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ତାଳଧ୍ଵଜ ରଥର ୧୪ଟି ଚକରୁ ୧୨ଟି ନିର୍ମାଣ ସରିଛି । ତୁମ୍ବରେ ସଂଯୋଗ ଅର କଟିଂ ପରେ ଅରସାଲ କାର୍ଯ୍ୟ ଆରମ୍ଭ ହେବ । ଦେବଦଳନ ରଥର ୧୨ଟି ଚକରୁ ୧୦ଟି ନିର୍ମାଣ ସରିଛି । ଏଥିସହ ତିନି ଭୂଇଁ ପାଇଁ ଆବଶ୍ୟକ ୧୨ଟି ଚଉଟାରୁ ୮ଟି, ୪ଟି ନିରାଡ଼ି ନିର୍ମାଣ ସରିଛି । ସେହିପରି ୪ଟି ଖମ୍ବୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୪ଟି ଓରାରେ ବିନ୍ଧକାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ୧୬ଟି ଚକରୁ ୧୪ଟିର ନିର୍ମାଣ ସରିଛି । ସେହିଭଳି ତିନି ଭୂଇଁ ପାଇଁ ଆବଶ୍ୟକ ଭୂଇଁଚଉତା, ମୁହାଁଟ, ନିରାଡ଼ି ନିର୍ମାଣ ଶେଷ ହେବା ପରେ ଖମ୍ବୀ ଏବଂ ଓରାରେ ବିନ୍ଧ କାର୍ଯ୍ୟ ସରିଛି । ୪ଟି ନାହାକାରୁ ଗୋଟିଏ ନାହାକାର ଚଉପଟ କାମ ସରିଛି । ତିନିରଥର ରୂପକାର ସେବକମାନେ ସାଲଗୁଜ ଏବଂ ତିଖଗୁଜରେ ସିଂହ ବରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ତୁମ୍ବରେ ବସିବା ପାଇଁ ମାପ ପ୍ରକାରେ ବଳା ନିର୍ମାଣ ସହ ଘଡିମୁହଁ ଦଣ୍ଡାକଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : May 27, 2022, 4:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.