ହାଇଦ୍ରାବାଦ: ଆପଣଙ୍କ ଆଇଫୋନରେ ନେଟୱର୍କ ଆସୁନାହିଁ କି ? ଏ ନେଇ ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ଲାଗି ଖୁସି ଖବର । ଏବେ ଆଇଫୋନ ୟୁଜରମାନେ ନେଟୱର୍କରେ କଲିଂ ଓ ଇଣ୍ଟରନେଟ୍ ଲାଗି କୌଣସି ଟାୱାରର ଆବଶ୍ୟକ କରିବେ ନାହିଁ । ସେମାନେ ସିଧାସଳଖ ସାଟେଲାଇଟ୍ ଜରିଆରେ ମୋବାଇଲର ବ୍ୟବହାର କରିପାରିବେ । ଆପଲ୍ ଏଥିଲାଗି ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସ ଓ ପ୍ରମୁଖ ୱେୟାରଲେସ୍ ନେଟୱର୍କ ଅପରେଟର୍ ବା ଜର୍ମାନୀର ଟେଲି ଯୋଗାଯୋଗ କମ୍ପାନୀ T-Mobile ସହିତ କାମ କରୁଛି । ଏହାଦ୍ବାରା ଆଇଫୋନ ସଫ୍ଟୱେରରେ ଷ୍ଟାରଲିଙ୍କ ନେଟୱର୍କ ସପୋର୍ଟ ଆସିବ । ଏ ନେଇ ଆପଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ସ୍ପେଶଏକ୍ସ ସିଇଓ ଏଲନ ମସ୍କ ନିଜ X ଆକାଉଣ୍ଟରେ ଏକ ପୋଷ୍ଟ କରି ସଙ୍କେତ ଦେଇଛନ୍ତି ।
ଏମିତି କହିଲେ ଏଲନ ମସ୍କ
ଆପଲ୍ iOS 18.3ରେ ଷ୍ଟାରଲିଙ୍କ ସାଟେଲାଇଟ୍କୁ ଆଇଫୋନ ସହ ଯୋଗ କରିପାରେ ବୋଲି ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଏଲନ ମସ୍କ କହିଛନ୍ତି, "ଏବେ ବିଦ୍ୟମାନ ଷ୍ଟାରଲିଙ୍କ ସିଷ୍ଟମ ମୌଳିକ ଇଣ୍ଟରନେଟ୍ ଟାସ୍କ କରିବାରେ ସକ୍ଷମ, କିନ୍ତୁ ଏହା ଏତେ ଶକ୍ତିଶାଳୀ ନୁହେଁ ଯେ ଯାହାଦ୍ବାରା ଭଲ ଭାବେ ଭିଡିଓ ଚାଲିବ । କିନ୍ତୁ ପରବର୍ତ୍ତୀ ଷ୍ଟାରଲିଙ୍କ ସିଷ୍ଟମରେ ଏହି ସୁବିଧା ଉପଲବ୍ଧ ହେବ ।" ଷ୍ଟାଲରିଙ୍କର ଡିରେକ୍ଟ-ଟୁ-ଫୋନ ସପୋର୍ଟ ଦ୍ବାରା କେବଳ ମଧ୍ୟମ ଗୁଣବତ୍ତାର ଫଟୋ, ମ୍ୟୁଜିକ୍ ଓ ଅଡିଓ ସୁବିଧା ମିଳିବ । କିନ୍ତୁ ପରବର୍ତ୍ତୀ ପିଢିର ଷ୍ଟାରଲିଙ୍କରେ ମଧ୍ୟମ ଧରଣର ଭିଡିଓ ମଧ୍ୟ ଦେଖିହେବ ।
Medium resolution images, music & audio podcasts should work with the current generation Starlink direct-to-phone constellation.
— Elon Musk (@elonmusk) January 29, 2025
Next generation constellation will do medium resolution video. https://t.co/yfDPbkgSJH
iPhoneରେ କେମିତି କାମ କରିବ ଷ୍ଟାରଲିଙ୍କ ନେଟୱର୍କ ?
ଆପଲ୍ 2022ରେ ଆଇଫୋନ 14 ସହିତ ଇମରଜେନ୍ସି ଏସଓଏସ ଭାଏ ସାଟେଲାଇଟ୍ ଫିଚର ଆଣିଥିଲା, ଯାହାକି ଗ୍ଲୋବାଲଷ୍ଟାରର 24 ଲୋ-ଆର୍ଥ ଅର୍ବିଟ (LEO) ସାଟେଲାଇଟ୍ ଉପଯୋଗ କରିଥାଏ । ଏବେ ଷ୍ଟାରଲିଙ୍କ ନେଟୱର୍କ ମଧ୍ୟ ଏହିପରି ସୁବିଧା ପ୍ରଦାନ କରିବ । ତେବେ ଏହି ସୁବିଧା ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଆମେରିକାରେ ଉପଲବ୍ଧ ହେବ। ଷ୍ଟାରଲିଙ୍କ କନେକ୍ଟିଭିଟି ସହିତ କେବଳ ଟେକ୍ସଟିଂ ବା SMS ଲାଗି ଏହା ଉପଲବ୍ଧ ହେବ, କିନ୍ତୁ ଭବିଷ୍ୟତରେ ଏହା ଡେଟା ଓ ଭଏସ କଲିଂ ସୁବିଧା ମଧ୍ୟ ପ୍ରଦାନ କରିବ । ଆପଲ୍ ଏଥିଲାଗି ଟେଲି ଯୋଗାଯୋଗ କମ୍ପାନୀ T-Mobile ସହିତ ମଧ୍ୟ କାମ କରୁଛି । ବର୍ତ୍ତମାନ ଏହାକୁ ବିଟାରେ ଉପଲବ୍ଧ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ଆଇଫୋନ ମଡେଲର ୟୁଜର ଏହି ପ୍ରାରମ୍ଭିକ ସଂସ୍କରଣର ବ୍ୟବହାର କରିପାରିବେ ।
iOS 18.3 ଅପଡେଟ ସହ ଆସିଲା ଫିଚର
ଏହି ଫିଚର iOS 18.3 ଅପଡେଟ ସହ ଆସିଛି, ଯାହାକି ଗତ ସୋମବାର ଜାରି କରାଯାଇଛି । କିଛି T-Mobile ୟୁଜରଙ୍କୁ ଏହି ସୁବିଧାର ଲାଭ ଉଠାଇବା ଲାଗି ମେସେଜ ମଧ୍ୟ ଆସିଥିଲା । ତେବେ ୟେଉଁ ଆପଲ୍ ୟୁଜରମାନେ ନିଜ ମୋବାଇଲରେ ଲାଟେଷ୍ଟ iOS 18.3 ଅପଡେଟ କରିସାରିଛନ୍ତି ସେମାନେ ବିନା ନେଟୱର୍କରେ ମେସେଜ ପଠାଇପାରିବେ । ପରବର୍ତ୍ତୀ ପିଢିର ଷ୍ଟାରଲିଙ୍କ ସିଷ୍ଟମ ସହ ଡେଟା ଓ ଭଏସ ସର୍ଭିସ ମଧ୍ୟ ପାଇପାରିବେ ।